ଚୋରି ରାକେଟ୍‌ର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ଭୁବନେଶ୍ୱର (ଆଲୋକ ମହାନ୍ତି) : ଅଷ୍ଟଧାତୁ ମୂର୍ତ୍ତିର ନେପାଳ ଲିଙ୍କ୍। ଚୋରି ରାକେଟର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଏନ୍‌ଆଇଏ ଓ ସିବିଆଇର ସ୍ୱତନ୍ତ୍ର ୱିଙ୍ଗ୍‌କୁ ତଥ୍ୟ ମାଗିଛି ଏସ୍‌ଟିଏଫ୍।

ରାକେଟ୍‌ ପଛରେ ରହିଛି ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଲିଙ୍କ୍। ମୋବାଇଲ ଯାଞ୍ଚରୁ ୪ଟି ରାଜ୍ୟର ମୂର୍ତ୍ତି ଚୋରଙ୍କ ସହ ବଳିଷ୍ଠ ଲିଙ୍କ୍ ସାମ୍ନାକୁ ଆସିଛି। ଧରାପଡିଥିବା ଅଭିଯୁକ୍ତର ତିନିଦିନିଆ ରିମାଣ୍ଡ ସରିବା ପରେ ତା ନାଁରେ ଆଉ କେଉଁଠି ଓ କେତୋଟି ଅପରାଧ ରହିଛି, ସେନେଇ ତଥ୍ୟ ମଗାଯାଇଛି।

ସେହିପରି ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ମଧ୍ୟ ତଥ୍ୟ ମାଗିଛି ଏସଟିଏଫ୍। ପଚରାଉଚରା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କୋଲକତା, ମୁମ୍ବାଇ, ଦିଲ୍ଲୀ ସହ ତାର ଲିଙ୍କ୍‌ ଥିବା ଜଣାପଡିଛି। ଅଭିଯୁକ୍ତର ମୋବାଇଲ ହ୍ୱାଟ୍ସଅପ୍ ଚେକ୍ ବେଳେ ଜବତ ଅଷ୍ଟଧାତୁ ମୂର୍ତ୍ତି ଫଟୋ ସହ ନାଗମଣି, ଏକମୁଖୀ ରୁଦ୍ର, ପୁରାତନ ଦୂରବୀକ୍ଷଣ ଯନ୍ତ୍ର ଭଳି ଏକାଧିକ ବିରଳ ଜିନିଷର ଫଟୋ ସେମାନଙ୍କ ପାଖକୁ ପଠାଯାଇଥିବା ତଦନ୍ତରୁ ଜଣାପଡିଛି। ଏସ୍‌ଟିଏଫ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡୁ ଓ ଆନ୍ଧ୍ର ଯିବାକୁ ପ୍ରସ୍ତୁତ ହେଉଛି।

ଏଠି ପ୍ରଶ୍ନ ଉଠୁଛି, ଖୋଲିବ କି ମୂର୍ତ୍ତି ଚୋରି ରାକେଟ୍‌ର ବିଦେଶ ଲିଙ୍କ୍‌। ଧରାପଡିବେ କି ଦେଶ ଓ ବିଦେଶରେ ଥିବା ଅପରାଧି। ଜବତ ଅଷ୍ଟଧାତୁ ଏବେ କେଉଁଠି ? ନିକଟରେ ଅଷ୍ଟଧାତୁ ଚୋରା କାରବାରରେ ଜଣେ ଅଭିଯୁକ୍ତ ଧରାପଡିଥିଲା। ତା ନିକଟରୁ ବହୁପୁରାତନ ଅଷ୍ଟଧାତୁ ଜବତ ହୋଇଥିଲା।

ଆହୁରି ପଢ଼ନ୍ତୁ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

You might also like