ଆଦିତ୍ୟଙ୍କ ମୃତଦେହ ମିଳିଥିବା ସ୍ଥାନରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଦସ୍ତାବିଜ୍‌ ହସ୍ତାନ୍ତର ପରେ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି।

କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଲିଙ୍ଗରାଜ ରେଲ୍‌ୱେ ଷ୍ଟେସନ ଯାଇ, ଯେଉଁ ସ୍ଥାନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା ସେଠାରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଭୁବନେଶ୍ୱର ଜି‌ଆର୍‌ପି ଥାନାରେ ପହଞ୍ଚି ତଦନ୍ତ ସମ୍ପର୍କିତ ଦସ୍ତାବିଜ୍ ସଂଗ୍ରହ କରିଛନ୍ତି। ଏହାସହ ଏହି ଘଟଣାରେ ଜି‌ଆର୍‌ପି ପଚରାଉଚରା କରିଥିବା ୨୦ରୁ ଅଧିକ ଲୋକଙ୍କ ବୟାନ୍, ଫିଙ୍ଗର ପ୍ରିଣ୍ଟ୍‌ ସମେତ ଅନ୍ୟାନ୍ୟ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ନେଇଥିବା ଜଣାପଡ଼ିଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ପୋଲିସ୍‌ ଡିଜି ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍‌ କରି ସୂଚନା ମଧ୍ୟ ଦେଇଥିଲେ।

ଆଦିତ୍ୟଙ୍କ ମୃତ୍ୟୁ କିପରି ହେଲା ? ଆଦିତ୍ୟ ଜୁଲାଇ ୬ ତାରିଖ ଦିନ ଲିଙ୍ଗରାଜ ଷ୍ଟେସନ୍ ଆଡ଼କୁ ଯାଉଥିବା ସିସିଟିଭି ଫୁଟେଜ୍, ସୁଇସାଇଡ୍ ନୋଟ୍, ଫୋନ୍ କଲ୍, ବ୍ୟାଙ୍କ ଆକାଉଣ୍ଟକୁ ସେସବୁର ଯାଞ୍ଚ କରାଯିବ।

ଗତ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସସ୍‌ପେନ୍ସ ଜାରି ରହିଛି।

You might also like