ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ଆରମ୍ଭ ହୋଇଛି।
ଆଜି କାଶୀପୁରରେ କ୍ରାଇମ୍ବ୍ରାଞ୍ଚ୍ର ୨ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ସୁମନ୍ତ ନାୟକ ଏବଂ ପି ଗୋବିନ୍ଦ ରାଓଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଜେରା କରିବ ବୋଲି ଜଣାପଡ଼ିଛି। ଉଭୟଙ୍କୁ କ୍ରାଇମ୍ବ୍ରାଞ୍ଚ୍ ତିନି ଦିନିଆ ରିମାଣ୍ଡରେ ଆଣିଛି।
ଗତ ସପ୍ତାହରେ କାଶୀପୁରରେ ସାଧାରଣ ସଭା ବେଳେ ଖାରବେଳ ସ୍ୱାଇଁଙ୍କୁ କିଛି ଯୁବକ ମାଡ଼ ମାରିଥିଲେ। ଏହି ଘଟଣାରେ ଡିଜିପି କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାକୁ ନେଇ ରାଜନୀତି ତେଜିଛି।