କରୋନାକୁ ନେଇ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହୋଇଛି ଆଡଭାଇଜରି । କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା ବିଭ୍ରାନ୍ତିକର ତଥ୍ୟ ଦିଆଯାଇ ପାରିବ ନାହିଁ । କରୋନା ନାଁରେ ନକଲି ଭ୍ୟାକସିନ୍, ସାନିଟାଇଜର ବିକ୍ରି କରାଯାଇ ପାରିବ ନାହିଁ। ଏପରିକି  କରୋନା ସ୍ପେଶାଲ୍ ଅଫର ନାଁରେ ଅନ୍‌ଲାଇନ ବିକ୍ରି ଉପରେ ମଧ୍ୟ କଟକଣା କରାଯାଇଛି।
ସୋଶିଆଲ ମିଡିଆରେ ଭୁଲ ତଥ୍ୟ ଦେବାକୁ ମନା କରାଯାଇଛି । କରୋନା ନେଇ ଫେକ୍ ୱେବ୍‌ସେଇଟ୍/ଇ-ମେଲ୍ ତିଆରି କରାଯାଇ ପାରିବନି ବୋଲି ମଧ୍ୟ ଏହି ଆଡଭାଇଜରିରେ କୁହାଯାଇଛି।
ଅନ୍ୟପକ୍ଷେ ବିଶ୍ୱସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ଜନସାଧାରଣ ସାଇବର ଠକେଇରୁ ଯଥାସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଥାଉ କି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ବର୍ତ୍ତମାନସୁଦ୍ଧା ୪୫ ଜଣ ସକ୍ରିୟ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଦେଶ ୨୧ ଦିନ ପାଇଁ ଲକ୍‌ ଡାଉନ ହୋଇଥିବାବେଳେ ଏହାର ଅବଧି ଏପ୍ରିଲ ୧୪ ତାରିଖ ଶେଷ ହେଉଛି। ଅନ୍ୟପକ୍ଷେ ରାଜ୍ୟ ସରକାର ଏହି ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଓଡ଼ିଶାରେ ବଢାଇ ଦେଇଛନ୍ତି।

You might also like