ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ। ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ଟ୍ୱିଟ୍ କରି ଜଣାଇଛି କ୍ରାଇମବ୍ରାଞ୍ଚ। ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ସୂଚନା ଦିଆଯାଇଛି।
କିଛି ସମୟ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ଲୋକ ଉଠାଇନେଇଥିବା ତାଙ୍କ ପତ୍ନୀ ସୂଜାତା ପାଣିଗ୍ରାହୀ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ପରିଚୟ ଦେଇ କିଛି ଲୋକ ପ୍ରଦୀପଙ୍କୁ ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଥିବା ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ କହିଥିଲେ।
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ, ଟୁଇଟ୍ ଯୋଗେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଗଲା ସୂଚନା, ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା ଜଣାଇଲା କ୍ରାଇମବ୍ରାଞ୍ଚ, ସାଇବର ଥାନା କେସ୍ ନଂ-୨୬/୨୦୨୦ରେ ପଚରାଉଚରା#Odisha pic.twitter.com/A6YeeZAe4m
— ଓଟିଭି (@otvkhabar) December 3, 2020
ସୁଜାତାଙ୍କ ସୂଚନା ଅନୁସାରେ, ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ପ୍ରଦୀପଙ୍କୁ ଉଠାଇ ନେଇଛନ୍ତି। ଗାଡ଼ିରେ ଆସିଥିବା ଲୋକମାନେ ଇଓଡବ୍ଲୁ କହି ପ୍ରଦୀପଙ୍କୁ ନେଇ ଆସିଥିଲେ।
#BreakingNews #Odisha
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା ଇଓଡବ୍ଲୁ ! ସୂଚନା ଦେଇ ପତ୍ନୀ କହିଲେ, ନକ୍ସଲଙ୍କୁ ନେଲା ପରି ଉଠାଇ ନେଲେ। #Bhubaneswar pic.twitter.com/ApyfVFI6Ni— ଓଟିଭି (@otvkhabar) December 3, 2020