ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡ଼ପ ଅଭିଯୋଗ

ବାଲେଶ୍ୱର: ମୃତକଙ୍କୁ ଜୀବିତ ଦର୍ଶାଇ ଟଙ୍କା ହଡ଼ପ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଜଣଙ୍କୁ ଗିରଫ କରିଛି। ଏଭଳି ଏକ ସାଂଘାତିକ ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି।

ବାଲେଶ୍ୱର ଜିଲ୍ଲା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ରେମୁଣା ଶାଖାରେ ଯେଉଁ ପେନ୍‌ସନ୍‌ ହିତାଧିକାରୀଙ୍କର ମୃତ୍ୟୁ ଘଟିଛି ସେମାନଙ୍କ ଆକାଉଣ୍ଟ୍‌କୁ ସଚଳ ରଖି କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଏହି ଘଟଣାରେ ଶାଖାର ବିଜ୍‌ନେସ୍‌ କରେସ୍‌ପଣ୍ଡେଣ୍ଟ୍‌ ପ୍ରଭାତ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଗିରଫ କରିଛି। ତାଙ୍କ ନାଁରେ ପ୍ରାୟ ୧ କୋଟି ୩୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ,ପ୍ରଭାତ ବ୍ୟାଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌ ତଥା କାଗଜପତ୍ର କରିବା ସହ ଯେଉଁ ପେନ୍‌ସନ୍‌ ହିତାଧିକାରୀ ମୃତ୍ୟୁବରଣ କରୁଥିଲେ ସେମାନଙ୍କ ଆକାଉଣ୍ଟ୍‌କୁ ସଚଳ ରଖି ବ୍ୟାଙ୍କ୍‌ ମାଧ୍ୟମରେ ଏଟିଏମ୍‌ ସଂଗ୍ରହ କରି ଏଟିଏମ୍‌ରୁ ଟଙ୍କା ଉଠାଇଥାନ୍ତି ବୋଲି ଜଣାପଡ଼ିଛି।

You might also like