ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଟିଆଇ ପରେଡ୍‌ରେ ଅଭିଯୁକ୍ତକୁ ଚିହ୍ନିଦେଲା ପୀଡ଼ିତା

ସୁନ୍ଦରଗଡ଼: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ। ବିରମିତ୍ରପୁର ଥାନା ହୋମ୍‌ଗାର୍ଡ ତଥା ଡ୍ରାଇଭର ଗୁରୁଚରଣ ଫରିକାରଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ।

JMFCରେ ଟିଆଇ ପରେଡ୍‌ରେ ହୋମ୍‌ଗାର୍ଡକୁ ପୀଡ଼ିତା ଚିହ୍ନଟ କରିଥିଲେ। ପୀଡ଼ିତା ଚିହ୍ନଟ କରିବା ପରେ ହୋମଗାର୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଘଟଣାରେ ତତ୍କାଳୀନ ଥାନାଧିକାରୀ ଓ ଡାକ୍ତର ଗିରଫ ହୋଇଛନ୍ତି।

ଘଟଣାଟି ଥିଲା ଏମିତି:-

ନାବାଳିକାକୁ ଗତ ଜୁନ୍ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ ଗର୍ଭପାତ କରାଇଥିଲା। ଏନେଇ ବୀରମିତ୍ରପୁର ଥାନାର ବଡବାବୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଅଭିଯୋଗ କରିଥିଲେ ଖୋଦ୍ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଜଣେ ନାବାଳିକାର ବୟାନକୁ ଆଧାର କରି ୬ ଜଣଙ୍କ ନାଁରେ ଦିଆଯାଇଥିବା ଏଫଆଇଆର ଦିଆଯାଇଥିଲା। ବିଶ୍ରାରେ ଥିବା ଏକ ସେଲ୍ଟର ହୋମ୍ ଦିଶାରେ ପୀଡିତାଙ୍କୁ ରଖିଥିଲା ପୋଲିସ୍।

ତେବେ ଖୋଦ୍ ଜିଲ୍ଲାପାଳ ଦିଶାକୁ ବୁଲି ଯିବା ବେଳେ ନାବାଳିକାଙ୍କ ଅସୁସ୍ଥତା ବିଷୟରେ ଅବଗତ ହୋଇ ତାକୁ ରାଉରକେଲା ଆଇଜିଏଚ୍‌ରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତାପରେ ପୁରା ମାମଲା ଉପରୁ ପରଦା ଉଠିଥିଲା। ନାବାଳିକା ଜଣକ ଥାନା ବଡବାବୁଙ୍କ ସହ ୨ ପୋଲିସ କର୍ମଚାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସରକାର ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଶେଷରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ପୂର୍ବତନ ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏନେଇ ଡିଜିପି ଅଭୟ ଟ୍ୱିଟ୍ କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଆଚରଣକୁ ଲଜ୍ଜାଜନକ କହିଥିଲେ। ନାବାଳିକାଙ୍କ ନିକଟରେ ଆମେ କ୍ଷମାପ୍ରାର୍ଥନା କରୁଛୁ ଡିଜିପି କହିଥିଲେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like