ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା । ଏଣିକି ପୁରୀ ଜିଲ୍ଲା ବାହାରର ମୃତଦେହ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ।  ଏହି କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।  ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଥିବା ସେ କହିଛନ୍ତି।  ତେବେ ଶବ ସତ୍କାର ବେଳେ କୋଭିଡ଼ ଗାଇଡଲାଇନ ପାଳନ ଜରୁରୀ।

ଅନ୍ତିମ ସଂସ୍କାର ବେଳେ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ।  ଉପସ୍ଥିତ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୮ତାରିଖରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାର ଉପରେ କଟକଣା ଲଗାଯାଇଥିଲା। ସେ ସମୟରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଥିଲା। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଥିଲେ।

You might also like