ଛାଡୁନି ଟିକ୍‌ଟକ୍‌ ମୋହ ; ଆହତ ହୋଇ ମେଡିକାଲ ଗଲେ ପୁଣି ଟିକ୍‌ଟକ୍‌ ଭିଡିଓ କଲେ

ରାଉରକେଲା : ଟିକଟକ୍‌ ଭିଡିଓ ନିଶାରେ ଆହତ ହେବା ପରେ ବି ଛାଡୁନି ଟିକଟକ୍  ଭିଡିଓ ମୋହ। ଗୁରୁତର ଆହତ ହୋଇ ହସ୍‌ପିଟାଲରେ ଆଡମିଶନ୍ ହେବା ପରେ ମେଡିକାଲ ବେଡ୍‌ରେ ବି ସୁଟିଂ କଲେ ଟିକ୍‌ଟକ୍ ଭିଡିଓ।

 ସୋଶାଲ୍ ମିଡିଆରେ ଭାଇରାଲ୍ ପରେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ରାଉରକେଲା ଗୋଲଘର ଅଞ୍ଚଳର ଅଲିନ୍ ଗୋଚ୍ଛାୟତ୍। କିଛି ଦିନ ତଳେ ଟିକ୍‌ଟକ୍‌ରେ ଭିଡିଓ ପାଇଁ ସେ ଛାତରୁ ଖସି ଆହତ ହୋଇଥିଲେ। ଏକ ପରିତ୍ୟକ୍ତ ଘରର ଛାତ ଉପରେ ଟିକ୍‌ଟକ୍ ଭିଡିଓ ବନାଇବା ବେଳେ ଅସାବଧାନତା ହେତୁ ଛାତରୁ ଖସି ପଡ଼ିଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିବାରୁ ତାଙ୍କୁ ଆଇଜିଏଟ୍‌ରେ ଭର୍ତ୍ତି କରାଯାଇଥିଲା।

ଗତକାଲି ସେ ମେଡିକାଲରୁ ଡିସଚାର୍ଜ ହୋଇଥିବାବେଳେ ମେଡିକାଲରେ ପୁଣି ଥରେ ଟିକ୍‌ଟକ୍ ଭିଡ଼ିଓ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

You might also like