କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଫାଟ

ପୁରୀ: ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଫାଟ। ଗତକାଲି ପୃଥକ ପୃଥକ ଭାବେ ୨ଟି ଗୋଷ୍ଠୀ ଅଲଗା ସ୍ଥାନରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିଲେ।

କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ କାକଟପୁର ବ୍ଲକ୍‌ ପଡିଆରେ ପ୍ରତିଷ୍ଠା ଦିବସ ପାଳନ କରିଥିଲେ।

ସେପଟେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଅସ୍ତରଙ୍ଗ ଠାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି।  ବିଜେଡି ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ଓ ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସ୍ୱାଧୀନ ନାୟକ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

You might also like