ଶ୍ରୀମନ୍ଦିର ନାଟ ମଣ୍ଡପ ଛାତରେ ଫାଟ
ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପର ଛାତ ଓ ୨ଟି କଲମ୍ କ୍ୟାପିଟାଲ୍ରେ ଫାଟ ରହିଛି। କିଛି ସ୍ଥାନରେ ଫାଟ ଥିବାରୁ ପାଣି ଗଳି ନାଟ ମଣ୍ଡପ ଚୂନ ଛାଡ଼ୁଛି। ଶ୍ରୀମନ୍ଦିର ନାଟ ମଣ୍ଡପର ମିଳିତ ଅନୁଧ୍ୟାନ ସାରି ଏହି ସୂଚନା ଦେଇଛନ୍ତି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ। ତେବେ ଜଗମୋହନ ଭଳି ଷ୍ଟିଲ୍ ବକ୍ସ ଫ୍ରେମ୍ ଲଗାଯିବ ନା ନାହିଁ, ସେନେଇ ତର୍ଜମା କରାଯିବ ବୋଲି ଯାଞ୍ଚ କମିଟି ସଦସ୍ୟ ଏ.କେ. ପଟେଲ ସୂଚନା ଦେଇଛନ୍ତି।
ଗତକାଲି ଅାଇ.ଅାଇ.ଟି ଚେନ୍ନାଇର ଅାସୋସିଏଟ ପ୍ରଫେସର ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତା, ଅାଇ.ଅାଇ.ଟି ଖଡଗପୁରର ଡର ଏସ୍.କେ ଭଟାଚାର୍ଯ୍ୟଙ୍କ ସହ ଏ.ଏସ୍.ଅାଇର ବହୁ ବିଶେଷଜ୍ଞ ନାଟମଣ୍ଡପ, ଜୟବିଜୟ ଦ୍ୱାର, ଗରୁଡ ସ୍ତମ୍ଭ ଅାଦିକୁ ଟିକିନିଖି ଯାଞ୍ଚ କରିଥିଲେ। ପରେ ପାନ୍ଥ ନିବାସରେ ଏନେଇ ବିସ୍ତୃତ ଅାଲୋଚନା ହୋଇଥିଲା। ନାଟମଣ୍ଡପରେ ମୋଟ ୧୬ଟି କଲମ୍ ରହିଥିବା ବେଳେ ୪ଟି ସେଣ୍ଟ୍ରାଲ କଲମ୍ ରହିଛି। ଅାଜି ତୃତୀୟ ଦିନରେ ପୁନର୍ବାର ବୈଷୟିକ କୋର୍ କମିଟିର ପୂରା ଟିମ୍ ଏବଂ ବିଶେଷଜ୍ଞ ଦଳ ମିଳିତ ଭାବେ ନାଟମଣ୍ଡପ ଯାଞ୍ଚ କରିଥିଲେ।