ଡି ବଦର୍ସଙ୍କ ସିକ୍ରେଟ ଚାମ୍ବରରେ ଥିଲା କଣ?

ଭୁବନେଶ୍ୱର: ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଡି ବ୍ରଦର୍ସଙ୍କୁ ଅଧିକ ପଚରାଉଚରା କରାଯିବ କହିଲେ ସିପି କହିଛନ୍ତି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିପି କହିଛନ୍ତି ଯେ  ଡି ବଦର୍ସ ଘର ଉପରେ କାଲିର ଚଢ଼ାଉରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଛି। ଘର ଭିତରେ ଇଣ୍ଟେରିୟର ଡିଜାଇନ ଭିତରେ ଲୁଚାଇ ରଖିଥିଲେ। ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା ସିପି ସୂଚନା ଦେଇଛନ୍ତି।

ଅପରାଧୀ ପ୍ରକାଶ ବେହେରା ଗିରଫ ହେବା ପରେ ତଥ୍ୟ ଦେଇଥିଲା। ପ୍ରକାଶ ବେହେରାର ତଥ୍ୟ ଆଧାରରେ ଚଢ଼ାଉ କରି ଧରାଯାଇଛି। ସରୋଜ ସେଠୀ ବନ୍ଧୁକ ଦେଇଥିବା ପ୍ରକାଶ ବେହେରା କହିଥିଲା। ୪ଟି ବାଇକ୍ ଜବତ ହୋଇଥିଲା ଓ ଚଢ଼ାଉ ପରେ ୮ ଜଣ ଗିରଫ ହୋଇଛନ୍ତି।

You might also like