ଦବିଲା ନଦୀ ବନ୍ଧ

ଚାନ୍ଦବାଲି: ଦବିଲା ନଦୀ ବନ୍ଧ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ବୈତରଣୀ ନଦୀ ବନ୍ଧ ସାଥିବାଙ୍କୁଡ଼ା ଠାରେ ଦବି ଯାଇଛି।

ପ୍ରାୟ ୨୦୦ ଫୁଟ୍‌ର ଏହି ନଦୀ ବନ୍ଧ ଗତକାଲି ରାତିରେ ୫ରୁ ୬ ଫୁଟ୍ ଦବି ଯାଇଥିବା ଜଣାପଡ଼ିଛି।

ଫଳରେ ନଦୀର ଜୁଆର ପାଣି ଗାଁକୁ ମାଡ଼ିବା ଆସିବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି।

ତେବେ ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଏହି ନଦୀବନ୍ଧ ୪ଟି ପଞ୍ଚାୟତର ୧୦ ଖଣ୍ଡ ଗାଁକୁ ସୁରକ୍ଷା ଦେଉଥିବାରୁ ଧସିବା ପରେ ନଦୀକୂଳିଆ ଗାଁଲୋକେ ଆତଙ୍କିତ ହୋଇ ପଡିଛନ୍ତି।

You might also like