ବୈତରଣୀ ନଦୀ ବନ୍ଧରେ ଫାଟ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ସାଥିବାକୁଡ଼ାରେ ବୈତରଣୀ ନଦୀ ବନ୍ଧରେ ଫାଟ ଦେଖିବାକୁ ମିଳିଛି।

ବୈତରଣୀରେ ଏବେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ସାଥିବାକୁଡ଼ାରେ ନୂଆ କରି ତିଆରି ହୋଇଥିବା ନଦୀ ବନ୍ଧରେ ୧୫ ଫୁଟର ଫାଟ ସୃଷ୍ଟି ହୋଇଛି। ଏବେ ଏଠାରେ ବାଲି ବସ୍ତା ପକା ଯାଉଥିବା ଦେଖିବାକୁ ମିଳିଛି।

ସାଥିବାକୁଡ଼ା ଗାଁ ନିକଟରେ ମୋଟ ୩ଟି ଫାଟ ଦେଖା ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ନଦୀବନ୍ଧ ଭାଙ୍ଗିଲେ ୩ଟି ପଞ୍ଚାୟର ପ୍ରାୟ ୨୦ଟି ଗାଁ ଲୋକେ ପ୍ରଭାବିତ ହେବେ ବୋଲି ଜଣାପଡ଼ିଛି।

ସୂଚନା ଥାଉ କି, ଗତବର୍ଷ ଏହି ସ୍ଥାନରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ତେଣୁ ଏଥର ବନ୍ଧରେ ପୁଣି ଫାଟ ଦେଖା ଦେଇଥିବାରୁ ବନ୍ଧ ନିର୍ମାଣ କାମ ନିମ୍ନ ମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

You might also like