ଆଇଆରସି ଭିଲେଜ ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ କଲେ ସିପି

ଭୁବନେଶ୍ୱର: ଆଇଆରସି ଭିଲେଜରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କଲେ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଆତ୍ମରକ୍ଷା ପାଇଁ ଆକ୍ରମଣ ହୋଇଛି ସିପି ବୋଲି କହିଛନ୍ତି। ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ଅଛି, ସେ ଜାମିନରେ ଥିଲା। ଆଜି ଟୁକୁନା ଦୁଇ ଭାଇ ସାଗର, ସୁଧୀରଙ୍କୁ ଆକ୍ରମଣ କରିଥିଲା। ଦୁଇ ଭାଇ ତାକୁ କାବୁ କରି ଗାଡ଼ିରେ ଧରି ଥାନାକୁ ଆଣି ଆସୁଥିଲେ।

ରାସ୍ତାରେ ଆସିବା ବେଳେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ ଭାଇକୁ ଛୁରିରେ ଭୁସି ଦେବାରୁ ପ୍ରତି ଆକ୍ରମଣ ହୋଇଥିଲା। ଆତ୍ମରକ୍ଷା ପାଇଁ ଟୁକୁନାକୁ ସେହି ଛୁରିରେ ଉଭୟ ଆକ୍ରମଣ କରିଥିଲେ। ଖବର ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ପହଞ୍ଚି ଟୁକୁନାକୁ ଉଦ୍ଧାର କରିଥିଲା। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭିଡ଼ି ଆକ୍ରମଣ କରିଥିଲେ।

ଘଟଣାକୁ ନେଇ ପୋଲିସ ୩ଟି ମାମଲା ରୁଜୁ କରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇଛି। ଦୁଇ ଭାଇ ମିଶି ତାକୁ ହତ୍ୟା କରିବା ନେଇ ଦ୍ୱିତୀୟ ମାମଲା ହୋଇଛି। ସାଧାରଣ ଲୋକେ ଦୁଇ ଭାଇଙ୍କୁ ପିଟିବା ନେଇ ତୃତୀୟ ମାମଲା ରୁଜୁ ହୋଇଛି।

ଆଜି ମଧ୍ୟାହ୍ନ ସମୟରେ ଭୁବନେଶ୍ୱର ସିଆର୍‌ପି ଛକ ଅଞ୍ଚଳର ଭିଆଇପି କଲୋନୀରେ ପିକ୍‌ଅପ୍ ଭ୍ୟାନ୍‌ ଟୁକୁନାଙ୍କୁ ସୁଧୀର ଓ ସାଗର ଭୁଜାଲିରେ ହାଣି ହତ୍ୟା କରିଥିଲେ। ହତ୍ୟାକାରୀ ଦୁଇ ଭାଇ ଗୋଟିଏ ପିକ୍‌ଅପ୍ ଭ୍ୟାନ୍‌ରେ ଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ହଣାହଣି ହୋଇଥିଲେ। ଫଳରେ ଟୁକୁନାର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଗାଡ଼ିକୁ ଘେରି ଯାଇଥିଲେ। ସେଠାରେ ପୋଲିସ୍‌ ପହଞ୍ଚି ୨ ଭାଇଙ୍କୁ କାବୁ କରି ପିସିଆର୍‌ ଭ୍ୟାନରେ ବସାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପିସିଆର୍‌‌ ଭ୍ୟାନ୍‌ରେ ବସିଥିବା ଆକ୍ରମଣକାରୀ ଦୁଇ ଭାଇଙ୍କୁ ଟାଣି ଆଣି ବିଚ୍ ରାସ୍ତାରେ ନିର୍ଧୂମ ମାଡ଼ ମାରିଥିଲେ। ଟୁକୁନା ଓ ହତ୍ୟାକାରୀ ୨ ଭାଇ ସାଗର ଓ ସୁଧୀର ସାଲିଆ ସାହିରେ ରୁହନ୍ତି।

You might also like