ଓଲଟିଲା ଗୋରୁ ବୋଝେଇ ଟ୍ରକ୍‌

ବାଲେଶ୍ୱର: ବାଲେଶ୍ୱରର ଜଳେଶ୍ୱର ନିକଟରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଜଳେଶ୍ୱର ଥାନା ଅଲାଲପୁର ରାସ୍ତାରେ ଟ୍ରକ୍ ଓଲଟି ପଡ଼ିବା ଯୋଗୁ ୨୫ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହୁରି ୩୫ରୁ ଅଧିକ ଗୋରୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

୬୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି ପଶ୍ଚିମବଙ୍ଗ ଯାଉଥିବା ବେଳେ କଣ୍ଟେନରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ଜଳେଶ୍ୱର ପୁଲିସ ତଦନ୍ତ ଆରମ୍ଭ କରିଛି।

You might also like