ଗୋରୁ ବୋଝେଇ ୫ ଗାଡ଼ି ଜବତ

ବାଲେଶ୍ୱର : ପଶ୍ଚିମବଙ୍ଗକୁ ବେଆଇନ୍ ଗୋରୁ ଚାଲାଣ ହେଉଥିବା  ୫ଟି ଗାଡ଼ିକୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ  ସ୍ଥାନରେ ଜବତ ହୋଇଛି। ଏହି ଘଟଣାରେ ଗୋରୁ ଚାଲାଣ  ରାକେଟ୍‌ ସକ୍ରିୟ ଥିବା ଅଭିଯୋଗ ହେଉଛି । ହେଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ କେବଳ ଗାଡ଼ି ଧରି ନିଜ ଦାୟିତ୍ୱ ସାରି ଦେଉଛି।

ବାଲେଶ୍ୱର ଜିଲ୍ଲା ଚାଲନ୍ତି ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି । ଜଳେଶ୍ୱର ଏନ୍ଏଚ୍-୬୦ ନିକଟରୁ ତିନିଟି ଗୋରୁ ବୋଝେଇ ଟ୍ରକ୍‌କୁ ଅଞ୍ଚଳବାସୀ ଜବତ କରିଥିଲେ । ତିନିଟି ଟ୍ରକରେ ପାଖାପାଖି ୩ ଶହ ଗୋରୁ ଥିବା ସୂଚନା ମିଳିଛି । ଏତେ ସଂଖ୍ୟକ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ କିପରି ସୂଚନା ପାଇପାରୁନି ସେଥିପାଇଁ  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ସେପଟେ ବାଇଗଣବାଡ଼ଇା ଛକରେ ଏକ ଗୋରୁ ବୋଝେଇ ଅଟୋକୁ ଲୋକେ ଅଟକ ରଖିଛନ୍ତି । ପଶ୍ଚିମବଙ୍ଗକୁ ବେଆଇନ୍ ଗୋରୁ ଚାଲାଣ ହେଉଥିବା ଅଭିଯୋଗରେ ଗାଡ଼ିଟିକୁ ଅଞ୍ଚଳବାସୀ ଅଟକ ରଖିଛନ୍ତି । ଏହାସହ ଗୋରୁ ନେଇ ଯାଉଥିବା ୨ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି  ।

ଆହୁରି ପଢ଼ନ୍ତୁ

You might also like