• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଲେଶ୍ୱର: (ରିପୋର୍ଟ-ପାର୍ଥ ସାରଥୀ ନାୟକ/ଶଶିକାନ୍ତ ବେହେରା)ବେଆଇନ ଗୋ ଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଜବତ କରାଯାଇଛି। ତେବେ ଏହି ଗାଡ଼ିରୁ ଶହେରୁ ଅଧିକ ଗୋରୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ବାଲେଶ୍ୱର ସିମୁଳିଆ ଥାନା ଅଂଚଳରେ ଗୋଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି ସିମୁଳିଆ ପୋଲିସ।

ସିମୁଳିଆ କଲେଜ ଛକ ନିକଟରେ ଗୋଚାଲାଣ ହେଉଥିବା ସନ୍ଦେହ କରି ଭ୍ୟାନ ଗୁଡିକୁ ଅଟକାଇଥିଲା ପୋଲିସ। ତେବେ ଯାଞ୍ଚବେଳେ ସେଥିରୁ ୧୦୬ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଗୋରୁଗୁଡିକୁ ମଇତାପୁର ଠାରେ ଥିବା ଗୋଶାଳାରେ ଛଡା ଯାଇଛି। ମମଲାରେ ଜଣେ ଗାଡି ଡ୍ରାଇଭରକୁ ଅଟକ ଥିବାବେଳେ ଅନ୍ୟ ୫ ଗାଡିର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଭଦ୍ରକକୁ ପଶ୍ଚିମବଂଗକୁ ଗୋରୁ ଚାଲାଣ ହେଉଥିବା ସୂଚନା ଦେଇଛି ପୋଲିସ ।

ସେପଟେ, ଭଦ୍ରକ-ଧାମନଗର ରାସ୍ତା ଭଣ୍ଡାରୀପଦି ଛକ ନିକଟରେ ସଡ଼କ ଦୁର୍ଘଟଣା ଗୋରୁ ବୋଝେଇ ପିକ ଅପ୍ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ୫ଗୋରୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଗୋରୁଙ୍କୁ ରାସ୍ତା ଉପରେ ରଖି ପ୍ରତିବାଦ କରିଛନ୍ତି ଉତ୍ୟକ୍ତ ଲୋକ। ସେପଟେ ଘଟଣା ସ୍ଥଳରୁ ଅନ୍ୟ ୨୫ ଗୋରୁ ଉଦ୍ଧାର କରାଯାଇଛି। ଅଘଟଣ ପରେ ଗାଡ଼ି ଛାଡ଼ି ବେପାରୀ ଫେରାର ମାରିଛନ୍ତି। ଦୁର୍ଘଟଣାଗ୍ରସ୍ତ ପିକ୍ ଅପ୍ ଭ୍ୟାନରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ବେଳେ ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ତେବେ ବାରମ୍ବାର ଏପରି ଭାବରେ ଗୋରୁ ଚାଲାଣ ଲଗାତାର ଭାବରେ ହେଉଛି।  ରାଜ୍ୟରେ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି ଗୋ ଚାଲାଣ। ଓଡ଼ିଶା ଦେଇ ସୁଦୂର ବାଂଲାଦେଶକୁ ରାଜପଥରେ ଚାଲିଛି ଖୁଲ୍ଲମଖୁଲ୍ଲା ବେଆଇନ ବେପାର। ଆଉ ରାଜପଥ ନିକଟବର୍ତ୍ତୀ ଥାନା ଗୁଡ଼ିକର ଅସାଧୁ ପୁଲିସ କର୍ମଚାରୀ ବି ସବୁ ଜାଣି ଅଜଣା ସାଜିଥିବାର ସଂଗୀନ ଅଭିଯୋଗ।

ପ୍ରତିଦିନ କେଉଁଠୁ ନା କେଉଁଠୁ ଗୋ ଚାଲାଣ ଅଭିଯୋଗ ସାମ୍ନାକୁ ଆସୁଥିବା ସତ୍ତ୍ୱେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ପାଟ୍ରୋଲିଂ ଅଭାବରୁ ବେଫିକର ହୋଇ ବେଆଇନ୍ ବେପାର ଚଳାଉଛନ୍ତି ଅସାଧୁ ଗୋଷ୍ଠୀ।

ଆନ୍ଧ୍ରରୁ ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର। ୧୬ ନମ୍ବର ଜାତୀୟ ରାଜପଥ ପାଲଟିଛି ବେଆଇନ ଗୋ ଚାଲାଣର କରିଡ଼ର୍। ରାତି ସହ ଦିନ ଦ୍ୱିପହରରେ ବି ଚାଲାଣ ହେଉଛନ୍ତି ନିରୀହ ଗାଈଗୋରୁ। କିଏ ପିକ୍ଅପ୍ ଭ୍ୟାନ୍ ତ ଆଉ କିଏ କଣ୍ଟେନର୍‌ରେ ବୋଝେଇ କରି ଚାଲାଣ କରୁଛନ୍ତି ଗନ୍ତବ୍ୟସ୍ଥଳକୁ। ବିପଜ୍ଜନକ ପରିବହନ ବ୍ୟବସ୍ଥା ଯୋଗୁଁ ଗାଡ଼ି ଓଲଟି ଅନେକ ସମୟରେ ଗାଈଙ୍କ ପ୍ରାଣ ବି ଯାଉଛି।

ତଥାପି ବେଫିକର୍ ପୁଲିସ ଏବଂ ପ୍ରଶାସନ। କାଁ ଭାଁ କେଉଁଠି ଧରପଗଡ଼ ହେଉଛି ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଖସିଯାଉଛନ୍ତି ଗୋ ଚାଲାଣକାରୀ ।

ତେବେ ବାରମ୍ବାର ଏପରି ଭାବରେ ଗୋରୁ ଚାଲାଣକୁ ଅସନ୍ତୋଷ ବି ଦେଖାଯ।ଉଛି। କାରଣ ଅନେକ ସମୟରେ ଅଭିଯୋଗ ଆସୁଛି ଯେ, ରାସ୍ତାରେ ବୁଲୁଥିବା ଗାଇ ଗୋରୁଙ୍କୁ ବି ଜୋରଜବରଦସ୍ତ ଉଠାଇ ନେଉଛନ୍ତି ଗୋରୁ ବେପାରୀ। ଆଉ ରାତି ଅଧରେ ବିକ୍ରି କରିଦେଉଛନ୍ତି କିନ୍ତୁ ଏନେଇ ଅଭିଯୋଗ ପରେ କୌଣସି ଲାଭ ମିଳୁନଥିବା ଅନେକ ଅଭିଯୋଗ ଆସିଛି। ତେବେ ଗୋରୁ ଚୋରାଚାଲାଣ ରୋକିବାକୁ ପଦକ୍ଷେପ ନେବା ଲାଗି ଦେବା ଯାଇଛି।

Cow-chalan-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories