ନିଜ ଛୁଆଠାରୁ କ୍ଷଣକ ପାଇଁ ଦୂରେଇ ରହିପାରିଲାନି ଗାଈ
ମାଲକାନଗିରି: ନିଜ ଛୁଆର ସୁରକ୍ଷା ଲାଗି ସର୍ବଦା ପ୍ରସ୍ତୁତ ମାଆ। ସେ ମଣିଷ, ଗୃହପାଳିତ ପଶୁ କିମ୍ବା ବନ୍ୟଜନ୍ତୁ ହେଉନା କାହିଁକି ମାତୃତ୍ୱ ଭାବର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଗାଡି ଧକ୍କାରେ ଆହତ ହୋଇ ପଡିଥିଲା ଏକ ବାଛୁରୀ। ତେବେ ନିଜ ଛୁଆକୁ ଛାଡି କେଉଁଆଡେ ବି ଯାଇନଥିଲା ଗାଈ। ସ୍ଥାନୀୟ ଲୋକେ ବାଛୁରୀଟିକୁ ଏକ ଟ୍ରଲିରେ ପଶୁ ଡାକ୍ତରଖାନାକୁ ନେଉଥିବାବଳେ ସମ୍ପୃକ୍ତ ଗାଈଟି ଟ୍ରଲି ପଛେ ପଛେ ଚାଲିଥିଲା। ଟ୍ରଲିଟି ଯେତିକି ବେଗରେ ଚାଲିଥିଲା। ତା ପଛରେ ଦ୍ରୁତ ଗତିରେ ଦୌଡି ଥିଲା ଏହି ଗାଈ। ନିଜ ଛୁଆଠାରୁ କ୍ଷଣକ ପାଇଁ ମଧ୍ୟ ଦୂର ହୋଇନଥିଲା। ବାଛୁରିଟିକୁ ମେଡିକାଲ ଭିତରକୁ ନେବା ପରେ ମଧ୍ୟ ନିଜ ଛୁଆକୁ ଚାଟି ଚାଟି ନିଜ ଉପସ୍ଥିତିର ଭାବ ପ୍ରକାଶ କରିଥିଲା ଏହି ଗାଈ।