ରାଜ୍ୟର କରୋନା ସ୍ଥିତି ଓ ଘଟଣାକ୍ରମ ଏମିତି 

ଭୁବନେଶ୍ୱର: ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି। ୧୮ ଜଣ ଚିକିତ୍ସାଧୀନ ଅଛନ୍ତି। ତେବେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ସଂଖ୍ୟା ୨୦ କୁ ବୃଦ୍ଧି ହୋଇଥିଲା।

ଦେଶ ଓ ରାଜ୍ୟରେ ସ୍ଥିତି

ଯେତେବେଳେ ସାରା ଦେଶରେ ୧୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଥିଲେ, ସେତେବେଳେ ଓଡ଼ିଶାରେ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାପରେ ମାର୍ଚ୍ଚ ୧୯ରେ ଦ୍ୱିତୀୟ ଓ ମାର୍ଚ୍ଚ ୨୬ରେ ତୃତୀୟ ପଜିଟିଭ୍ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ତେବେ ମାର୍ଚ୍ଚ ୩୧ରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ, ଅର୍ଥାତ୍ ଭଦ୍ରକରେ ଜଣେ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଭଦ୍ରକ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ତେବେ ଏହିସବୁ ଆକ୍ରାନ୍ତଙ୍କ ନାଁ ଓ ପରିଚୟ ଗୋପନ ରଖାଯାଇଥିଲା।

କିନ୍ତୁ ଏପ୍ରିଲ ୧ରେ ଭୁବନେଶ୍ୱର ସୂର୍ଯ୍ୟନଗରରୁ ପଞ୍ଚମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନହିତ ପାଇଁ ତାଙ୍କ ପରିଚୟ ପ୍ରକାଶ କରିବା ସହ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଥିଲା ପ୍ରଶାସନ। ମାର୍ଚ୍ଚ ୧୫ରୁ ଏପ୍ରିଲ ୧ ମଧ୍ୟରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଏପ୍ରିଲ ୩ରେ ଅର୍ଥାତ୍ ଗତକାଲି ଏହି ସଂଖ୍ୟା ହଠାତ୍ ୪ ଗୁଣ ବୃଦ୍ଧି ପାଇଥିଲା। ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିଲା।

ଗତକାଲି କଟକରୁ ଜଣେ, ଭୁବନେଶ୍ୱର ବମିଖାଲରୁ ୩ଜଣ, ସୂର୍ଯ୍ୟନଗରରୁ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭ଜଣ ଏବଂ ପୁରୀରୁ ଜଣେ, ଯାଜପୁରରୁ ଜଣେ ଓ ଭଦ୍ରକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like