ଘରେ ପତ୍ନୀ ଓ ପିଲା, ଗଛ ତଳେ ଜୀବନ ବିତାଉଛନ୍ତି କରୋନା ଯୋଦ୍ଧା

ରେଢ଼ାଖୋଲ: କରୋନା କାଳରେ ସାମ୍ନାକୁ ଆସିଲା ଆଉ ଏକ କରୁଣା କହାଣୀ। ରେଢ଼ାଖୋଲ ମେଡିକାଲରେ ଡ୍ରେସର ଭାବେ କାମ କରୁଥିବା ୪୦ ବର୍ଷୀୟ ଅକୃର ସେଠୀଙ୍କୁ ଏବେ ଗଛ ତଳେ ଜୀବନ ବିତାଇବାକୁ ପଡ଼ୁଛି।  କାହିଁକିନା ଗାଁ ଭିତରକୁ ପ୍ରବେଶ ଉପରେ କଟକଣା ଲାଗିଛି। ଘରେ ସ୍ତ୍ରୀ, ପିଲାମାନେ ବାପାଙ୍କୁ ଦେଖିଥିଲେ ମଧ୍ୟ ପାଖକୁ ଆସିପାରୁନାହାନ୍ତି।

ଗତ ୫ ଦିନ ହେବ ଏମିତି ଭାବେ ଜୀବନ ବିତାଉଛନ୍ତି ଡବାହାଲ ପଚାଂୟତ ଟାଲ ଗାଁର ଅକୃର ସେଠୀ। ରେଢାଖୋଲ ମେଡିକାଲରେ ୩ଜଣ ରୋଗୀ ଏବଂ ୨ଜଣ ଡାକ୍ତର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏମିତି ଭାବେ ଗଛ ମୂଳେ ରହି ଆସୁଛନ୍ତି ସେ। ଦୂରରୁ ହିଁ ପରିବାର ଲୋକ ଖାଇବା ଦେଇ ଯାଆନ୍ତି। କଷ୍ଚ ହେଉଥିଲେ ବି କରୋନା ବିପତ୍ତି ବେଳେ ରୋଗୀ ସେବାକୁ ପ୍ରାଥମିକତା ଦେଇ ମେଡିକାଲରେ ନିଜ ସେବା ଜାରି ରଖିଥିବା କୋହଭରା କଣ୍ଠରେ କୁହନ୍ତି ଅକୃର।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like