ଓଡ଼ିଆ ଡ଼ାକ୍ତରଙ୍କୁ ଡକ୍ଟର ସୁର ସମ୍ରାଟ ଆୱାର୍ଡ, ଶାନ୍ କଲେ ପ୍ରଶଂସା

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧା ପାଇଲେ ଡକ୍ଟର ସୁର ସମ୍ରାଟ୍ ଆୱାର୍ଡ। ବ୍ରହ୍ମପୁର ଏମକେସିଜି ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଚନ୍ଦନ ଗନ୍ତାୟତଙ୍କୁ ମିଳିଛି ଏହି ଆୱାର୍ଡ। ଅନଲାଇନରେ ସୁର ସମ୍ରାଟ୍ ନାଁରେ ଏକ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଡାକ୍ତର ଚନ୍ଦନ।

ଗତ ୩ ସପ୍ତାହ ଧରି ଅନୁଷ୍ଠିତ ହୋଇଥିବା ଏହି ଅନଲାଇନ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ ଦେଶର ପ୍ରାୟ ୨ ହଜାରରୁ ଅଧିକ ପ୍ରତିଯୋଗୀ। ଯେଉଁଥିରେ ଫାଇନାଲ ରାଉଣ୍ଡରେ ଡାକ୍ତର ଚନ୍ଦନ ନିଜ କଣ୍ଠର ଯାଦୁରେ ସମସ୍ତଙ୍କୁ ମତୁଆଲା କରିଥିଲେ। ଆଉ ବାଜି ମାରିନେଇଥିଲେ। ଫାଇନାଲ ରାଉଣ୍ଡରେ ଜଜ୍ ଥିବା ବଲିଉଡ କଣ୍ଠଶିଳ୍ପୀ ଶାନ୍ ବି ଡାକ୍ତର ଚନ୍ଦନ ଗନ୍ତାୟତଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।


ଶାନ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଜଣେ ପ୍ରଫେସନାଲ ଗାୟକ ନ ହୋଇବି ଅନେକ ପ୍ରଫେସନାଲ ଗାୟକଙ୍କୁ ପଛରେ ପକାଇଦେଇଛନ୍ତି, ଏହା ମୁଁ ବିଶ୍ୱାସ କରିପାରୁନାହିଁ। ତାଙ୍କର ସ୍ୱର ବହୁତ ସୁନ୍ଦର ଥିଲା, ଯେଉଁଥିରେ କୌଣସି ତ୍ରୁଟି ନାହିଁ। ସେ ଜଣେ ବ୍ରିଲିଆଣ୍ଟ।’

 

 

You might also like