୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ

  • ଆଜିଠୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ
  • ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ
  • ବାଲେଶ୍ୱରରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆଜିଠୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ଟିକାକରଣ ଆରମ୍ଭ ହୋଇଛି। ଭାରତ ବାୟୋଟେକ୍ସରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଭୁବନେଶ୍ୱରରେ ଏହି ଟିକାକରଣ ଆରମ୍ଭ ହୋଇଛି। ଯେଉଁମାନେ କୋଓ୍ୱିନ୍, ଆରୋଗ୍ୟ ସେତୁ କିମ୍ବା ଉମଙ୍ଗ ଆପ୍ ଜରିଆରେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ସ୍ଲଟ୍‌ ମିଳିଛି। ସେହି ସ୍ଲଟ ଅନୁସାରେ ଆଜି ୧୮ ବର୍ଷରୁ ଅଧିକ ଓ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି।

ଭୁବନେଶ୍ୱରରେ ୧୮ରୁ ୪୪ ବର୍ଷର ପ୍ରାୟ ୫ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଟାର୍ଗେଟ ରହିଛି। ଜୁନ୍ ମାସ ଶେଷ ସପ୍ତାହ କିମ୍ବା ଜୁଲାଇ ଭିତରେ ଏହି ବର୍ଗର ସମସ୍ତ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍ ଦେବା ପାଇଁ ଯୋଜନା ରହିଛି। ସକାଳ ୮ରୁ ଦିନ ଗୋଟାଏ ଯାଏ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ଟିକା ଦିଆଯିବ। ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ଟିକା ଦିଆଯିବ।

ବାଲେଶ୍ୱରରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ବନ୍ଦ ରହିଛି। ଜିଲ୍ଲାରେ ଟିକା ଅଭାବରୁ ଟିକାକରଣ ବନ୍ଦ ରଖାଯାଇଥିବା ସୂଚନା ଦିଆଯାଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଟିକା ଆସିନଥିବାରୁ ଆଜିର ଟିକାକରଣ ବନ୍ଦ ରହିଛି। ଦ୍ୱିତୀୟ ଡୋଜ୍ ଟିକାକରଣ ନେଇ ସେ କହିଛନ୍ତି, ଜିଲ୍ଲାକୁ ଟିକା ଆସିଲେ, ଅଗ୍ରାଧିକାର ଭିତ୍ତିରେ ଦିଆଯିବ। ପରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯିବ।

ସେପଟେ କରୋନା ମୁକାବିଲା ଓ କୋଭିଡ୍ ପରିଚାଳନାରେ କଟକ ଏସ୍‌ସିବି ମେଡିକାଲ୍ କଲେଜ୍‌ର କିଛି ଇଣ୍ଟର୍ଣ୍ଣଙ୍କୁ ୧୦୪ କଲ୍ ସେଣ୍ଟରରେ ନିୟୋଜିତ କରାଯାଇଛି। ଏମାନେ ଭୁବନେଶ୍ୱର ଇଡକୋ ଟାଓ୍ୱାରରେ ଥିବା ୧୦୪ କଲ୍ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଡାକ୍ତର ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ୍ ଅଧିକାରୀ, ପଓ୍ୱନ ଅଘ୍ରଓ୍ୱାଲ ଓ ଅନମୋଲ୍ ଅଗ୍ରଓ୍ୱାଲଙ୍କୁ କଲ୍ ସେଣ୍ଟରରେ ନିୟୋଜିତ କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତକାଲି ଭଳି ଆଜି ମଧ୍ୟ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ  ୮ ହଜାର ୯୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି

You might also like