ଆଉ ୨୧୮ କରୋନା ଆକ୍ରାନ୍ତ‌ ଚିହ୍ନଟ, ୬ ହଜାର ପାର୍‌ କଲା ଓଡ଼ିଶାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୨୧୮  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୨୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୭, ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏ, ଗଞ୍ଜାମରୁ ୪୯, କଟକରୁ ୫, ଜଗତସିଂହପୁରରୁ ୨୯, ଭଦ୍ରକରୁ ୨୫, ନୂଆପଡ଼ାରୁ ୨, ଝାରୁସୁଗୁଡ଼ାରୁ ୪, କେନ୍ଦୁଝରରୁ ୨, ପୁରୀରୁ ୧୦, ଗଜପତିରୁ ୨୭, ସୁନ୍ଦରଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୬, ସମ୍ବଲପୁରରୁ ୨, ମୟୂରଭଞ୍ଜରୁ ୯ ଓ ବାଲେଶ୍ୱରରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍‌ ମୁକାବିଲା କରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ଆଉ ୭ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୮୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୫ଜଣ ଚିକିତ୍ସାଧୀନ ଥିବାବେଳେ ୪,୨୯୧ଜଣ ସୁସ୍ଥ ହୋଇଛନ୍ତି। ୧୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ବିବାହ ଭୋଜିରେ ଏକାଠି ହୋଇଥିଲେ ହଜାରେ ଲୋକ, ତା’ ପରେ…

ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ବଦଳିବେ କି ପିସିସି ସଭାପତି? ରେସ୍‌ରେ ୧୩ ଜଣଙ୍କ ନାଁ !

‘ଆମ୍ୱୁଲାନ୍ସ ନେଲାନି, ଛଟପଟ ହୋଇ ଜୀବନ ହାରିଲେ ବାପା’

ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

କାଲିଠୁ କଟକ ସହରରୁ ହଟିବ ସଟ୍‌ଡାଉନ୍, ଖୋଲିବ ସପିଂ ମଲ୍‌‌, ହେଲେ…

ଅସ୍ଥାୟୀ ମେଡିକାଲ୍‌ କ୍ୟାମ୍ପ୍‌ରୁ BSF ଯବାନ ଫେରାର

ବିଚାରାଧୀନ କଏଦୀଙ୍କୁ କରୋନା

ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ବିଗ୍‌ବିଙ୍କ ଆରୋଗ୍ୟ କାମନା କଲେ ହର୍ଷ ବର୍ଦ୍ଧନ, ବୈଜୟନ୍ତ ଓ ମମତା

ଫାଇନାଲ୍ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

You might also like