ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ କୋହଳ ହେଲା ସଟ୍‌ଡାଉନ୍‌ କଟକଣା

ଭଦ୍ରକ: ସ୍ୱାଧୀନତା ଦିବସ ପାଇଁ ଭଦ୍ରକ ଜିଲ୍ଲାରେ ସଟ୍‌ଡାଉନ୍‌ କଟକଣା କିଛି ଘଣ୍ଟା ପାଇଁ କୋହଳ କରାଯାଇଛି। ୧୫ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍ କଟକଣା କୋହଳ ରହିବ।

ସୂଚନାଥାଉ କି, ସ୍ୱାଧୀନତା ଦିବସ ପାଇଁ ଓଡ଼ିଶାର ୪ ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲ୍‌ କର୍ପୋରେସନ୍‌ରେ ଲାଗୁ ହୋଇଥିବା ସପ୍ତାହାନ୍ତ ସଟ୍‌ଡାଉନ୍ କଟକଣାକୁ ମଧ୍ୟ କୋହଳ କରାଯାଇଛି। ଏ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ପଢ଼ନ୍ତୁ: ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟ୍‌ଡାଉନ୍ କଟକଣା‌ କୋହଳ

You might also like