ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟ୍‌ଡାଉନ୍ କଟକଣା‌ କୋହଳ

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖ ଅର୍ଥାତ୍‌ ସ୍ୱାଧୀନତା ଦିବସ ପାଇଁ ଓଡ଼ିଶାର ୪ ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲ୍‌ କର୍ପୋରେସନ୍‌ରେ ଲାଗୁ ହୋଇଥିବା ସପ୍ତାହନ୍ତ ସଟ୍‌ଡାଉନ୍ କଟକଣାକୁ କୋହଳ କରାଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଅଗଷ୍ଟ ୧୫ ତାରିଖ ଦିନ କିଛି ଘଣ୍ଟା ପାଇଁ ସପ୍ତାହନ୍ତ ସଟ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ଏହି ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଦିନ ୧୧ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା କୋହଳ ରହିବ।

ପତାକା ଉତ୍ତୋଳନ ପାଇଁ ସଟ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଥିବା ଜଣାପଡ଼ିଛି। ଏହାସହ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଭଲ ଭାବରେ ସାନିଟାଇଜେସନ୍‌, ସାମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

You might also like