ଭୁଲ୍‌ ମାନିଲେ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର: କାହାକୁ କରୋନା ହୋଇନି

ନବରଙ୍ଗପୁର: ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀଙ୍କୁ ପଠାଯିବା ନୋଟିସ ପ୍ରସଙ୍ଗରେ ନିଜର ଭୁଲ ମାନିଲେ ପାପଡାହାଣ୍ଡି ବ୍ଲକ୍ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର। କରୋନା ବିଷୟରେ ଭଲଭାବରେ ନଜାଣି, ପ୍ରଶାସନର ବିନା ଅନୁମତିରେ ସେ ନୋଟିସ୍ ମାରିଥିବା ସ୍ୱୀକାର କରିଛନ୍ତି। ତେବେ  କାହାକୁ କରୋନା ହୋଇନଥିବା ଜଣା ପଡ଼ିବା ପରେ ପୂର୍ବପରି ଆଜି ଆଜି ବ୍ୟାଙ୍କ ଖୋଲା ରହିଛି।

ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସ୍ପଷ୍ଟ କରିଛନ୍ତି। ଜିଲ୍ଲାର ସମସ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରଶାସନର ବିନା ଅନୁମତିରେ ବ୍ୟାଙ୍କ ମ୍ୟାନେଜର ଏପରି ନୋଟିସ ମାରିଥିଲେ। ଭୁଲ କରିଥିବା ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

You might also like