କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଲା କରୋନା

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଲା କରୋନା ଭାଇରସ। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ଓ ସେ ଗତ ୧୯ ତାରିଖରେ ଆଡମିଶନ ହୋଇଥିଲେ। ତାଙ୍କର କେମୋ ଚାଲିଥିଲା ଏବଂ ୱାର୍ଡରେ ଅନ୍ୟ ୨ ଜଣ ରୋଗୀ ମଧ୍ୟ ଥିଲେ ବୋଲି ସେ କହିଛନ୍ତି। ଚିହ୍ନଟ ପରେ ସଂପୃକ୍ତ ରୋଗୀଙ୍କୁ କିମ୍ସ କୋଭିଡ଼ ହସ୍ପିଟାଲ ପଠାଯିବା ସହ ୱାର୍ଡ ସିଲ୍ କରି ସାନିଟାଇଜ କରାଯାଉଛି।

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଆଇସୋଲେସନରେ ପଠାଯିବ ଏବଂ ଆସନ୍ତାକାଲି ସେମାନଙ୍କ କରୋନା ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like