ଭଦ୍ରକ ଓ ଯାଜପୁରରେ ଡିଜିପିଙ୍କ ସ୍ଥିତି ସମୀକ୍ଷା, ଅମାନିଆଙ୍କ ସାବାଡ୍ କରିବାକୁ ନିର୍ଦ୍ଦେଶ

ଭଦ୍ରକ: ଭଦ୍ରକ ସହରରେ ୪୮ ଘଣ୍ଟିଆ ଶଟଡାଉନର ଆଜି ଦ୍ୱିତୀୟ ଦିନ। ସହରରେ ଶଟଡାଉନ ନିୟମକୁ ଲୋକେ ପାଳନ କରୁଥିବା ବେଳେ  ନିୟମ ନମାନିଥିବା ୧୭ ଜଣ ଅମାନିଆଙ୍କୁ ଅଟକ ରଖି ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟିନକୁ ପଠାଇଛି ପ୍ରଶାସନ। ସେପଟେ ପୁଲିସ ଡିଜି ଅଭୟ ଭଦ୍ରକ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

ସହରର ପୋଲିସ ବ୍ୟାରେକ ବୁଲି ଦେଖିବା ସହ ଲକଡାଉନ ମାନୁନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ଜିଜିପି। ଏହା ବ୍ୟତୀତ ସୋସିଆଲ ମିଡିରେ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଟ୍ରେସ କରି ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ଭଦ୍ରକ ଏସପି କହିଛନ୍ତି।

ଯାଜପୁରରେ ମଧ୍ୟ କରୋନାକୁ ନେଇ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି। ଯାଜପୁରରେ କେନ୍ଦ୍ରାଞ୍ଚଳ ଡିଆଇଜି ଓ ଯାଜପୁର ଏସପିଙ୍କ ସହ ପରିସ୍ଥିତି ନେଇ ଆଲୋଚନା ମଧ୍ୟ କରିଛନ୍ତି।

You might also like