ଡ଼ର ନାହିଁ, ନିଜ ଆଡୁ ଆସି ତଥ୍ୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର: ମରକଜ୍ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଲୋକେ ନିଜ ଆଡ଼ୁ ଆସି ତଥ୍ୟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦୪ରେ ତୁରନ୍ତ ଯୋଗାଯୋଗ କରି ୨୪ ଘଣ୍ଟାରେ ଟେଷ୍ଟ କରିବାକୁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଚଳିତ ସପ୍ତାହ ଆମ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ସଟ୍‌ଡାଉନ୍‌କୁ ମାନିଲେ କରୋନା କଣ୍ଟାକ୍ଟ ଟ୍ରେସିଂ ଭଲ ଭାବରେ କରିହେବ। କୌଣସି ପ୍ରକାରରେ ନଡରି, ନିଜେ ଓ ନିଜ ପରିବାରର ଭଲ ପାଇଁ ସହଯୋଗ କରିବାକୁ କହିଛନ୍ତି ନବୀନ।

କରୋନା ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ। ତେଣୁ ତାଙ୍କୁ ହରାଇବାକୁ ସହଯୋଗ କରନ୍ତୁ। ବିଳମ୍ବ କଲେ ଏହା ବିପଦ ସୃଷ୍ଟି କରିବ। ତେଣୁ ଏନେଇ ନିଜ ଆଡ଼ୁ ତଥ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like