ଅପରାଜିତାଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ, ସାଂସଦ ଦେଲେ ଏଭଳି ଜବାବ

ଭୁବନେଶ୍ୱର: କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲା ରାଜ୍ୟ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖି ତାଗିଦ ପାଇଁ ଦାବି କରିଛନ୍ତି।

ଗତ ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ଼ ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର। ଏମିତିକି ଚିଠି ସହ ଏକ ଭିଡିଓ ବି ପଠାଇଛନ୍ତି।

ଯେଉଁଥିରେ ସାଂସଦ ନିଜେ କିମ୍ବା ଅନ୍ୟ ମହିଳାମାନେ ମାସ୍କ ପିନ୍ଧିନଥିବା ଏବଂ ସାମାଜିକ ଦୂରତା ମାନିନଥିବା ଉଲ୍ଲେଖ କରିଛନ୍ତି। ଏକଥା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ବି ଅବଗତ କରାଇବାକୁ ସେ ଆଶା ପ୍ରକାଶ କରିଛନ୍ତି।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅପରାଜିତା କହିଛନ୍ତି, ସେ ସବୁବେଳ କୋଭିଡ୍ ନିୟମ ପାଳନ କରି ଆସିଛନ୍ତି। ତେବେ ସେ କିଛିଦିନ ତଳେ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ କୋଭିଡ୍ ପଜିଟିଭ୍ ଥିବା ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଯୋଗ ଦେଇଥିବା କଥା ଉଠାଇ ଗୋଟିଏ ରାଜ୍ୟରେ ଦୁଇ ଜଣଙ୍କ ପାଇଁ ଅଲଗା ଅଲଗା ନିୟମ କଣ ପାଇଁ ବୋଲି ପାଲଟା ପ୍ରଶ୍ନ କରିଥିଲେ।

You might also like