• translate
Prangyan Parimita

ପୁରୀ : ବଡଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନଦୁଃଖରେ ଫେରିବନି ।  ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ଼୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି । ସମୀକ୍ଷା ବୈଠକ ପରେ ଏସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ଏବେ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡୁଛି । ଖୁବଶୀଘ୍ର ଏହି କଟକଣା ହଟିବା ସହ  ଆଗକୁ ଆଉ କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ନୁହେଁ ।

ମହାମାରୀ ପାଇଁ ଅନେକ ଦିନ ହେବ ଜଗା ଦର୍ଶନ କରିପାରୁନଥିଲେ ସାଧାରଣ ଭକ୍ତ । କୋଭିଡ଼ କଟକଣା ଭିତରେ  କାଳିଆକୁ ଦେଖିବାର ଇଚ୍ଛାକୁ ମନରେ ମାରିବାକୁ ପଡ଼ୁଥିଲା । ହେଲେ ଜାନୁଆରୀ ୨୧ ପରେ କୋଭିଡ଼ ନେଗେଟିଭ ରିପୋର୍ଟ ନଦେଖାଇ ଜଗା ଦର୍ଶନର ଅନୁମତି ମିଳିବ । ଏହାସହ ୨୧ ପରେ ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ।  ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ୫ରୁ ୬ ଦିନ ମଧ୍ୟରେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ କରିବ।

ସମୀକ୍ଷା ବୈଠକରେ ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଇଛି । ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀ କାଳିଆକୁ ଦର୍ଶନ କରିପାରିବେ । ଅନ୍ୟ ସମୟରେ ଚାହିଁଲେ ଧାଡ଼ିରେ ଆସି ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ମାତ୍ର ଏକ ମାସ ପାଇଁ ତଥା ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ଯାଏ ଏହି ନିୟମ ଲାଗୁ କରାଯାଇଛି ।  ପୂର୍ବଭଳି ଆନନ୍ଦବଜାରରେ ଗହଳିଚଳହି କରି ମହାପ୍ରସାଦ ସେବନକୁ ଅନୁମତି ଦିଆଯାଇ ନାହିଁ । ତେବେ ଅନ୍ୟ କୌଣସି କଟକଣା କୋହଳ କରାଯାଇ ନାହିଁ । ପୂର୍ବପରି ସମସ୍ତ କଟକଣା ଜାରି ରହିବ ।

ସେହିପରି ବୟସ୍କଙ୍କ ପାଇଁ  କାଳିଆ ଦର୍ଶନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ନିଆଯାଇଛି । ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ । ଏହାସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୀତି ନିୟମ ନିର୍ଦ୍ଧାରଣ ହୋଇଥିବା  ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୁରୀରେ ଆଜି ଜଗନ୍ନାଥ ଦର୍ଶନ କଟକଣା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଅନେକ ବିଚାରବିମର୍ଷ ପରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି।

Other Stories

  • Dibyanga Man
    Divyang Man ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

    ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ...

  • BJP Protest
    Mamita Murder Case ଦୌଡି ଦୌଡି ଆସିଲେ ଅଣ୍ଡା ମାରିଦେଇଗଲେ

    ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

  • DRDO Espionage Case
    DRDO Espionage Case ଦୁବାଇରୁ ଆସିଥିଲା ଟଙ୍କା

    DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍...

  • Bar
    Bhubaneswar Bars & Pubs ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

    ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର।...