ବାହାର ରାଜ୍ୟରୁ ଆସିଲେ, ରାଜଧାନୀରେ ବୁଲିଲେ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରେ ଫସିରହିଥିବା ପ୍ରବାସୀମାନଙ୍କୁ  ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି।‌ କିନ୍ତୁ ପ୍ରବାସ ଫେରନ୍ତାଙ୍କୁ ଅଧା ବାଟରେ ଛାଡ଼ି ପଳାଇଛି। ଏନେଇ କିଛି ଲୋକ ବସରେ ସୁରତରୁ ଆସି ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ୫ ପ୍ରବାସୀ ଓଡ଼ିଆ। ସେମାନଙ୍କ ଘର ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବୋଲି ଜଣାପଡିଛି । ଚାଲି ଚାଲି ସେମାନେ ନିଜ ଜିଲ୍ଲାକୁ ଫେରୁଛନ୍ତି।

ଆଜି ସକାଳେ ସୁରଟରୁ ଏକ ବସରେ କଳ୍ପନା ଛକରେ ପହଞ୍ଚିଥିଲେ ୧୨ ଓଡିଆ।  ବସ୍‌ରେ ପ୍ରାୟ ୬୦ ଜଣ ପ୍ରବାସୀ ଓଡିଆ ରହିଥିଲେ । ୧୨ ଜଣଙ୍କୁ ଭୁବନେଶ୍ୱରରେ ଛାଡି ବସ୍‌ଟି ପୁରୀ ଅଭିମୁଖେ ଚାଲି ଯାଇଥିଲା। ଏହାପରେ ସେମାନେ ୧୦୦ ଏବଂ ୧୦୪କୁ ସହାୟତା ଲାଗି ଫୋନ୍ କରିଥିଲେ। ଫୋନ୍ କରିବା ସତ୍ତ୍ୱେ କେହି ଏହାର ଉତ୍ତର ନଦେବାରୁ ଅନ୍ୟ ୭ ଜଣ କେଉଁଆଡେ ଚାଲିଯାଇଥିବା ଜଣାପଡିଛି । ବାକି ୫ ଜଣ ଚାଲି ଚାଲି ସେମାନଙ୍କ ଗାଁକୁ ଫେରୁଛନ୍ତି।

 

You might also like