ସମସ୍ତ ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମହାମାରୀ ସମୟରେ ସମସ୍ତ ଇଲେକଟ୍ରୋନିକ ଗଣମାଧ୍ୟମ ସେମାନଙ୍କ ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଛି। ଏଥି ସହିତ ସବୁ DTH ଏବଂ କେବୁଲ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ଜାରି ରଖିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ବ୍ୟାପିଥିବାବେଳେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରାଳୟ  ଏହି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛି।

ଏନେଇ ସମସ୍ତ ପ୍ରାଇଭେଟ ଟିଭି ଚ୍ୟାନେଲ, DTH ଅପରେଟର ଏବଂ ସ୍ଥାନୀୟ କେବଲ ଅପରେଟରମାନଙ୍କୁ  ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି। କରୋନା ମହାମାରୀ ମୁକାବିଲା ପାଇଁ ଆବଶ୍ୟକୀୟ ସୂଚନା ଓ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ପ୍ରସାରଣ ସେବା ଯୋଗାଣ  ଜରୁରୀ ହୋଇପଡ଼ିଛି ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

You might also like