ଥିଲାବାଲାଙ୍କର ସମ୍ଭଳ ଅଛି, ନଥିଲାବାଲାଙ୍କ ପାଇଁ ସରକାର, ମଧ୍ୟବିତ୍ତଙ୍କ ପାଇଁ କିଏ ?

ଭୁବନେଶ୍ୱର: ଥିଲାବାଲାଙ୍କ ପାଖରେ ସଞ୍ଚୟ ଅଛି, ସମ୍ବଳ ଅଛି; ଆଉ କିଛି ନଥିଲା ବାଲାଙ୍କ ପାଇଁ ସରକାର ଅଛି, ଯୋଜନା ଅଛି ହେଲେ ଯେଉଁମାନେ ମଝିରେ ରହିଗଲେ? ସେମାନଙ୍କ କଥା ପଚାରୁଛି କିଏ? ଆମେ କହୁଛୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ କଥା। ସେମାନେ ନା ଏ କୂଳର, ନା ସେ କୂଳର। କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପର୍ଯ୍ୟାୟରେ ଲାଗୁ ହେଉଥିବା ଲକ୍‌ଡାଉନ, ସଟ୍‌ଡାଉନ ଭଳି କଟକଣା ଭିତରେ, କାହାର ବେପାର ବେଉସା ଠପ୍ ପଡ଼ିଛି, କିଏ ହରାଇଛି ଅତି କଷ୍ଟରେ ଗୁଜୁରାଣ ମେଣ୍ଟାଉଥିବା ଛୋଟ ଚାକିରୀ, ତ ଆଉ କାହାର ସାଲାରି କଟ୍। ମଧ୍ୟବିତ୍ତ ପରିବାର ଅକୁହା ଯନ୍ତ୍ରଣାକୁ ନେଇ ପଢ଼ନ୍ତୁ ଆମର ଏ ରିପୋର୍ଟ।

ଆଜକୁ ଠିକ୍ ୪ ମାସ ତଳେ ରାଜ୍ୟରେ ତାଲାବନ୍ଦ ଲାଗୁ ସହ, କଟକ ବାଦାମବାଡ଼ିରେ ଥିବା ଶଙ୍କରପୁରର ଶିବଙ୍କର ଛୋଟିଆ ଚପଲ ଦୋକାନରେ ବି ତାଲା ଝୁଲିଥିଲା। ସେବେଠୁ ୟାକୁ ଥରୁଟିଏ ବି ଚାବି ଛୁଇଁନି। କେବେ ଛୁଇଁବ ତାହା ବି ଜଣାନାହିଁ। ଏପଟେ ସବୁ ସଞ୍ଚୟ ସରିଯିବା ପରେ, ଦୋକାନୀ ଶିବ ତାଙ୍କ ପତ୍ନୀ ଓ ୩ ଝିଅଙ୍କୁ ନେଇ କେମିତି ଚଳୁଛନ୍ତି, ସେକଥା ସେ ହିଁ ଜାଣନ୍ତି। ଶେଷରେ ନିରୁପାୟ ହୋଇ ଘରେ ରହି ପାଖପଡ଼ିଶାଙ୍କୁ ଯୋଡ଼େ ଅଧେ ଜୋତା ବିକୁଛନ୍ତି। ହେଲେ ସେଥିରୁ ଯାହା ମୁଳୁଛି ତାହା ସମୁଦ୍ରକୁ ଶଙ୍ଖେ। ଅବସ୍ଥା ଏମିତି ହେଲାଣି ଯେ ଝିଅଙ୍କ ଅନ୍‌ଲାଇନ ପାଠପଢ଼ା ପାଇଁ ମୋବାଇଲ୍ ରିଚାର୍ଜକୁ ବି ସମ୍ବଳ ନାହିଁ।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ରହୁଥିବା ସବ୍ୟସାଚୀ ମହାନ୍ତିଙ୍କ କଥା ବି ଦେଖନ୍ତୁ। ମହାଦେବନଗରର ସବ୍ୟସାଚୀ ବୀମା କଂପାନୀରେ ସେଲ୍‌ସ ବିଭାଗରେ କାମ କରନ୍ତି। ହେଲେ ଏବେ ତ ଘରୁ ଗୋଡ଼ କାଢ଼ିବା ମୁସ୍କିଲ୍। ସେପଟେ କଂପାନୀ ଦରମା କାଟୁଛି। ଏଭଳି ସ୍ଥିତିରେ ଘର ଖର୍ଚ୍ଚ, ପିଲାଙ୍କ ପାଠପଢ଼ା, ଲୋନ୍ ଇଏମ୍ଆଇ, ଗାଁରେ ବାପା ମାଆଙ୍କ ଔଷଧ ଖର୍ଚ୍ଚ, ସବ୍ୟସାଚୀଙ୍କ ନିଦ ଉଡ଼ାଇଦେଇଛି।

କାହାର ବେପାର ବୁଡ଼ିଛି, କାହାର ଚାକିରି। ବାଲେଶ୍ୱରର ଅଜୟ ଗୁହା ଓ ନିତ୍ୟବ୍ରତ ଦାସଙ୍କ ବୃତ୍ତି ଭିନ୍ନ ଭିନ୍ନ ଥିଲେ ବି, ଲକ୍‌ଡାଉନ ଓ ସଟ୍‌ଡାଉନ ଭିତରେ ଛନ୍ଦି ହୋଇ, ଉଭୟେ ଏବେ ପ୍ରାୟ ଏକା ପ୍ରକାର ସ୍ଥିତିରେ। ଅଜୟଙ୍କ ଲୁଗା ଦୋକାନ ଶନି ଓ ରବିବାରକୁ ଛାଡ଼ି ବାକି ସବୁ ଦିନ ଖୋଲୁଛି। ହେଲେ ଗରାଖଙ୍କ ଦେଖା ନାହିଁ।  ସାବିତ୍ରୀ ଓ ରଜରେ ବି ବିକ୍ରି କମ୍। କଟକଣାର ଗୋଲକଧନ୍ଦାରେ ନୂଆ ମାଲ୍ ବି ଆଣିହେଉନି।

ସେପଟେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିବା ନିତ୍ୟବ୍ରତଙ୍କୁ ଏବେ ବେକାର ଶ୍ରେଣୀକୁ ଠେଲି ଦେଇଛି କରୋନା। ଚାକିରି ଯିବା ପରେ ନିଜ ସଂପର୍କୀୟ ଭାଇଙ୍କ ଔଷଧ ଦୋକାନରେ ମନ ବୁଝାଉଛନ୍ତି ନିତ୍ୟବ୍ରତ।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like