କରୋନା କାଳରେ ଖବରକାଗଜ ଶିଳ୍ପକୁ ମହାମାରୀ ଝଟ୍‌କା

ଭୁବନେଶ୍ୱର: ଖବରକାଗଜକୁ ଶିଳ୍ପକୁ ମହାମାରୀ ଝଟ୍‌କା ଲାଗିଛି। କରୋନା ପରେ ଖାଲି ରାଜ୍ୟ କି ଦେଶ ନୁହେଁ, ପୂରା ବିଶ୍ୱରେ ବିଗିଡ଼ି ଯାଇଛି ନ୍ୟୁଜ୍ ପେପର ବେପାର। ବିଶେଷକରି କରୋନା ଭୂତାଣୁ ସଂକ୍ରମଣର ଭୟ, ପେପରର ଦର ବୃଦ୍ଧି ଏବଂ ମୋବାଇଲରେ ଇପେପର ସହଜ ଉପଲବ୍ଧି ଏବେ ଲୋକଙ୍କୁ ପେପରଠାରୁ ଦୂରେଇବାରେ ଲାଗିଛି।

ଆମ ରାଜ୍ୟରେ ବି ଖରବକାଗଜ ପ୍ରସାରଣ ୫୦ ପ୍ରତିଶତରୁ ଅଧିକ କମିଥିବା କହିଛନ୍ତି ବିଶେଷଜ୍ଞ। ଫଳରେ ଏ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ବେଉଷା ପ୍ରତି ବଡ଼ ସଙ୍କଟ ସୃଷ୍ଟି ହୋଇଛି।

ମାହାମାରୀ ମହାକୋପରେ ବିଗିଡ଼ି ଯାଇଛି ନ୍ୟୁଜ୍‌ ପେପର ନେଟଓ୍ୱର୍କର ବଡ଼ ବ୍ୟବସାୟ। କେବଳ ବାରିପଦା କି ବଲାଙ୍ଗିର ନୁହେଁ, ଯେବେଠୁ କରୋନା ମହାମାରୀ ପ୍ରବେଶ କଲାଣି, ସେବେଠୁ ସାରା ରାଜ୍ୟରେ ସ୍ଥିତି ବଦଳି ଯାଇଛି।

ରାତି ପାହିବା ମାତ୍ରେ ଘରକୁ ଦୈନିକ ଖବରକାଗଜ ଫିଙ୍ଗି ବିକ୍ରିର ହିସାବ ରଖୁଥିବା ଏବଂ ସେଇଥିରୁ ପେଟ ପୋଷୁଥିବା ବିତରକଙ୍କ ମତରେ ଗଲା ୯ ମାସ ଭିତରେ ଆଶ୍ଚର୍ଯ୍ୟଜନକ ଭାବେ ଲୋକଙ୍କର ଖବର କାଗଡ ନିଶା ହ୍ରାସ ପାଇଛି। ଛୋଟ ହେଉ କି ବଡ଼, ସବୁ ବ୍ରାଣ୍ଡ୍ ପ୍ରତି ମୁହଁ ଫେରାଇ ନେଇଛନ୍ତି ପାଠକ।

In Delhi, newspaper vendors are caught between customers and coronavirus

ଏମିତିକି ରାଜ୍ୟରେ ପ୍ରସାରିତ ସମ୍ବାଦପତ୍ର ସମ୍ବାଦର ପ୍ରସାରଣକୁ ବି ମହାମାରୀ ସାଂଘାତିକ ଘାଟା ପହଞ୍ଚାଇଥିବା ବିତରକମାନେ କହିଛନ୍ତି। ଖବରକାଗଜ ପ୍ରତି ପାଠକଙ୍କ ଏଭଳି ଅକସ୍ମାତ୍ ଚାହିଦା ହ୍ରାସ ପରୋକ୍ଷରେ ଏ ଶିଳ୍ପ ଉପରେ ଭରଷା କରି ଚଳୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି।Can Indian newspapers survive the fallout of the coronavirus pandemic?

ଏ ସମ୍ପର୍କରେ ବାରିପଦା ଖବରକାଗଜ ବିତରକ ଗିରିଶ କୁମାର ଭୂଜବଳ କହିଛନ୍ତି ଯେ ଲକ୍‌ଡାଉନ୍‌ ହେବା ପରେ ଖବର କାଗଜଗୁଡ଼ିକର ମୂଲ୍ୟ ବଢ଼ିଯାଇଛି। ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ଅଧିକ ଦାମ୍‌ ଦେଇ ଖବରକାଗଜ କିଣୁ ନାହାନ୍ତି ବୋଲି ଗିରିଶ କହିଛନ୍ତି।

ଖାଲି ଆମ ରାଜ୍ୟ ନୁହେଁ କି ଦେଶ ନୁହେଁ, କୋଭିଡ୍ ଆସିବା ପରଠୁ ସମଗ୍ର ବିଶ୍ୱରେ ଅହେତୁକ ଭାବେ ହ୍ରାସ ପାଇଛି ଛପା ଗଣମାଧ୍ୟମର ଚାହିଦା। ତେବେ କରୋନା ପରଠୁ ହଠାତ୍ କାହିଁକି ବଦଳିଗଲା ସ୍ଥିତି ସେ ନେଇ ପ୍ରଶ୍ନ ଉଠିଛି।

ବିଶେଷଜ୍ଞଙ୍କ ମତ ଅନୁସାରେ, ଖବରକାଜ କରୋନା ଭୂତାଣୁ ସଂକ୍ରମଣର ବାହକ ହେବାର ଭୟ ଯୋଗୁ ଏପରି ପରିସ୍ଥିତି ଉପୁଜିଛି। କେବଳ ଏହି ଗୋଟିଏ କାରଣ ନୁହେଁ, କ୍ଷତି ଭରଣା କରିବାକୁ ଯାଇ ହଠାତ କିଛି ସମ୍ବାଦପତ୍ର ମୂଲ୍ୟ ବୃଦ୍ଧି ବି ଏଥିପାଇଁ ଦାୟୀ ହୋଇଛି।  ତା ସହିତ ଅନଲାଇନ୍ ତଥା ମୋବାଇଲରେ ଖବରର ସହଜ ଉପଲବ୍ଧତା ସହ ଇ-ପେପର୍ରର ଚାହିଦା ବୃଦ୍ଧି ଆଦି କାରଣ ପାଇଁ ଖବରକାଗଜ ଶିଳ୍ପର ପ୍ରସାରରେ ପ୍ରତିବନ୍ଧକ ସାଜିଛି ବୋଲି ବିଶେଷଜ୍ଞ କହିଛନ୍ତି।

ତେବେ ବିନା ମୂଲ୍ୟରେ ଇ-ପେପରର ତତ୍କାଳ ଉପସ୍ଥିତି ହିଁ ଖବରକାଗଜର ଶିଳ୍ପକୁ କ୍ଷତି ପହଞ୍ଚାଇବାରେ ସବୁଠୁ ବଡ଼ କାରଣ ବୋଲି ବି କୁହାଯାଉଛି। ତେବେ ଇ-ପେପର କଦାପି ଖବରକାଗଜ ଭଳି ଲାଭ ଦେଉନି ବୋଲି ଦେଖିବାକୁ ମିଳିଛି।

ବରିଷ୍ଠ ସାମ୍ବାଦିକ କେ. ରବି କହିଛନ୍ତି ଯେ ଖବର କାଗଜରେ କରୋନା ବ୍ୟାପିଥିବା ପ୍ରଚାର ପରେ ଏପରି ସ୍ଥିତି ହୋଇଛି। ମୁଦ୍ରଣ କମିଯିବାରୁ ସଂସ୍ଥାମାନେ ମଧ୍ୟ ଇ-ପେପର୍ସମାନଙ୍କର ଅଧିକ ପ୍ରଚାର କରିଥିଲେ। ତେଣୁ ଲୋକେ ଇ-ପେପର୍ସର ପ୍ରତି ଆକୃଷ୍ଟ ହୋଇଥିଲେ ବୋଲି କେ. ରବି କହିଛନ୍ତି। ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ କରୋନା ପରେ ଇ-ପେପର୍ସର ଡିମାଣ୍ଡ ବଢ଼ିଛି। ଲୋକ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। ନ୍ୟୁଜ୍‌ ପେପରମାନେ ଯାହା ଦାବି କରୁଥିଲେ ତାର ୫୦ ପ୍ରତିଶତ ବି ସାର୍‌କୁଲେସନ ହେଉନାହିଁ ବୋଲି ରବି ଦାଶ କହିଛନ୍ତି।

ଦେଶରେ ଗତ ମାର୍ଚ୍ଚ ପରଠୁ କରୋନା ସଂକ୍ରମଣର ଭୟାବହତା ବଢ଼ିବାରୁ ହଠାତ ଖବରକାଗଜର ଚାହିଦା କମିଯାଇଥିଲା। କଳ କାରଖାନା, ବଡ଼ ବଡ଼ ଶିଳ୍ପ, ପ୍ରମୁଖ ଘରୋଇ ଓ ସରକାରୀ ପ୍ରତିଷ୍ଠାନ ମାସ ମାସ ଧରି ବନ୍ଦ ରହିବାରୁ ବିଜ୍ଞାପନର ଉତ୍ସ ପ୍ରଭାବିତ ହୋଇଥିଲା। ଖାସ ଏହି କାରଣରୁ ଗତ ମେ ମାସ ସୁଦ୍ଧା ଏ ଶିଳ୍ପ ୪ ହଜାର କୋଟିର କ୍ଷତି ସହିଛି। ଆଗାମୀ ୬ ମାସ ଭିତରେ ପ୍ରାୟ ୧୫ ହଜାର କୋଟିର କ୍ଷତି ସମ୍ମୁଖୀନର ଆକଳନ କରି ସରକାର ତୁରନ୍ତ ପୁନରୁଦ୍ଧାର ପ୍ୟାକେଜ୍ ଘୋଷଣା ପାଇଁ ଦାବି କରିଥିଲା ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି ବା INS।

You might also like