ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ସହାୟତା ଦେଲେ ଓଡ଼ିଶାର ବିଭିନ୍ନ ମଠ ଓ ମନ୍ଦିର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ କରୋନା ସହାୟତା କରିଛନ୍ତି ୬୨ଟି ମନ୍ଦିର ଓ ମଠ କର୍ତ୍ତୃପକ୍ଷ। ମୋଟ୍ ଏକ କୋଟି ୩୭ ଲକ୍ଷ ୭୨ ହଜାର ୮୧୮ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି।

କେନ୍ଦୁଝର ଘଟଗାଁ ତାରିଣୀ, ରାୟଗଡ଼ା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଦିଆଯିବା ନେଇ ଘୋଷଣା ହୋଇଛି।  ସେହିଭଳି ପୁରୀ ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ, କାକଟପୁର ମଙ୍ଗଳା ମନ୍ଦିର ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ଦାନ ସୂରୁପ ଦିଆଯିବା ନେଇ ଘୋଷଣା ହୋଇଛି।

ସେହିଭଳି ଜଗତସିଂହପୁର ଗୋରଖନାଥ ମନ୍ଦିର ୧୦ ଲକ୍ଷ, ବାଲେଶ୍ୱର କ୍ଷୀରଚୋରା ଗୋପୀନାଥ ମନ୍ଦିର ପକ୍ଷରୁ ୫ ଲକ୍ଷ ଟଙ୍କା ଦାନ ଦିଆଯିବ। ଏହି ସମସ୍ତ ଦାନ ଦେବୋତ୍ତର କମିଶନରଙ୍କ ଜରିଆରେ ଦିଆଯିବ ବୋଲି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like