ବନବାସରେ ଦାଦନ ଶ୍ରମିକ: କରୋନା କଟକଣା ପାଇଁ ଗାଁକୁ ପଶିପାରିଲେନି

ବଲାଙ୍ଗିର: ବନବାସରେ ଦାଦନ ଶ୍ରମିକ। ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ବିରିପାଲି ପଂଚାୟତର ୩୦ ଜଣ ଦାଦନ ଶ୍ରମିକ ଏବେ ଜଂଗଲ ଭିତରେ ବନବାସ ଜୀବନ ବିତାଉଛନ୍ତି।

ଗାଁରେ କାମଧନ୍ଧା ଅଭାବରୁ ଦାଦନ ଖଟିବାକୁ ତେଲେଗାଂନା ରାଜ୍ୟକୁ ଯାଇଥିଲେ ଏମାନେ। କରୋନା ଯୋଗୁଁ ଦୀର୍ଘ ଦିନ ଲକଡାଉନରେ ଫସିରହିବା ପରେ ଉଦ୍ଧାର ହୋଇ ଭିଟାମାଟିକୁ ଫେରିଲେ। କିନ୍ତୁ ଭିଟାମାଟିରେ କରୋନା କଟକଣା ଯୋଗୁଁ ନିଜ ଘରକୁ ଯାଇପାରିଲେ ନାହିଁ।

ଅନ୍ୟପଟେ ସରକାରୀ ନିୟମକୁ ବେଖାତିର କରି ସରପଂଚ ସଂଗରୋଧ କେନ୍ଦ୍ରରେ ରଖିନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସରପଞ୍ଚ କିମ୍ବା ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

You might also like