କଟକରେ ଅଧିକ କରୋନା ଆକ୍ରାନ୍ତ କେଉଁଠି?

କଟକ: କଟକରେ ମହାନଗର ଅଞ୍ଚଳରେ ପରିବାର ଓ ସାହି ପଡ଼ିଶାରୁ ସଂକ୍ରମଣ ବଢ଼ୁଛି। ଏବେ ଯାଏ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୧% ପରିବାର ଓ ସଂକ୍ରମିତଙ୍କ ଦ୍ୱାରା ପଜିଟିଭ୍ ହୋଇଛନ୍ତି। କଟକରେ କରୋନା ସ୍ଥିତି ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି କମିଶନର୍ ଅନନ୍ୟା ଦାସ। ଯୁଗ୍ମ ପରିବାରରେ ରହୁଥିବା ଲୋକେ ଏଥିପ୍ରତି ବିଶେଷ ଭାବେ ସତର୍କ ହେବାକୁ ସେ ନିବେଦନ କରିଛନ୍ତି।

କଟକ ସହରରେ ଏବେ ସୁଦ୍ଧା ମୋଟ ପଜିଟିଭ ସଂଖ୍ୟା ୬୭୧ ରେ ପହଞ୍ଚିଛି। ୨୯୬ ଜଣ କରୋନାରୁ ସୁସ୍ଥ ହେଲେଣି। ଆକ୍ଟିଭ୍ କେସ୍ ୩୬୭ ରହିଛି। ଗତ ସପ୍ତାହରେ ହିଁ ୨୬୪ଟି କେସ୍ ଆସିଛି। ୨୬୪ଟି କେସ୍‌ରୁ ୭୧% ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସିଏମ୍‌ସି କମିଶନର ସଂକ୍ରମିତ ହେଉଛନ୍ତି। ଏଥିପାଇଁ ଯୁଗ୍ମ ପରିବାରରେ ରହୁଥିବା ଲୋକେ ଅଧିକ ଯତ୍ନବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।

ବର୍ତ୍ତମାନ ଆକ୍ଟିଭ ସର୍ଭେଲାନ୍ସ ଅନୁସାରେ ସହରରେ ଟେଷ୍ଟିଂ ଚାଲିଛି। କଟକ ସହରରେ ବର୍ତ୍ତମାନ ସୁଦ୍ଧା ୩ଟି କଣ୍ଟେନମେଣ୍ଟ ଜୋନ ରହିଛି। କଣ୍ଟେନମେଣ୍ଟ୍ ଜୋନ୍‌ରେ ଥିବା ଅଧିବାସୀଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ।

କଟକରେ ଏବେ ହୋମ୍ ଆଇସୋଲେସନ୍‌କୁ ଅନୁମତି ଦିଆଯାଇଛି। ହୋମ୍ ଆଇସୋଲେସନ୍ ଗାଇଡଲାଇନ୍‌ରେ ଆସୁଥିବା ବ୍ୟକ୍ତିଙ୍କୁ ଅନୁମତି ମିଳୁଛି ବୋଲି ସେ କହିଛନ୍ତି।

ସେପଟେ କରୋନା ଚିକିତ୍ସା ପାଇଁ କଟକବାସୀଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଇଛନ୍ତି। କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଏନେଇ ଆଗେଇ ଆସନ୍ତୁ, ଯାହା ଦ୍ୱାରା ଅନ୍ୟ ବ୍ୟକ୍ତିଙ୍କ ଜୀବନ ବଞ୍ଚିପାରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

You might also like