ଭୁବନେଶ୍ୱରକୁ ପ୍ରବାସୀ ଶ୍ରମିକ ମନା

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ନୂଆ ପଦକ୍ଷେପ ନେଇଛି BMC । ବାହାର ରାଜ୍ୟରୁ ଶ୍ରମିକ ନ ଆଣିବାକୁ BMC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୩୧ ଯାଏଁ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ସରକାରୀ ଓ ଘରୋଇ କଣ୍ଟ୍ରାକ୍ଟରଙ୍କୁ BMC ନିର୍ଦ୍ଦେଶ ଦେଇଛି।

ତେବେ ଯେଉଁମାନେ ଆସିସାରିଛନ୍ତି ସେମାନେ ନିର୍ଦ୍ଧାରିତ ୧୪ ଦିନର କ୍ୱାରେଣ୍ଟିନ ଅବଧିରେ ରହିବା ପରେ କାମକୁ ଆସିପାରିବେ ବୋଲି ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜ୍ୟର ହଟ୍‌ସ୍ପଟ ଅଞ୍ଚଳରୁ ମଧ୍ୟ ଶ୍ରମିକ ଆଣିବାକୁ ବାରଣ କରାଯାଇଛି।

ସେହିଭଳି ରାଜଧାନୀର ହସ୍ପିଟାଲକୁ ମଧ୍ୟ ଗାଇଡ୍‌ଲାଇନ ଜାରି କରାଯାଇଛି। ରାଜ୍ୟର ହଟସ୍ପଟ ଜିଲ୍ଲାରୁ ଆସିଥିବା ବ୍ୟକ୍ତି ହସ୍ପିଟାଲ OPDକୁ ଗଲେ ତାଙ୍କୁ ଟେଷ୍ଟ କରି ଆଇସୋଲେସନରେ ରହିବା ପାଇଁ କିମ୍ବା ଅଲଗା ଚିକିତ୍ସା ବ୍ୟବସ୍ଥା କରିବାକୁ କୁହାଯାଇଛି।

ପ୍ରକାଶ ଥାଉକି, ଆଜି ଭୁବନେଶ୍ୱରରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୨୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ଲୋକାଲ କେସ୍ ଅଛନ୍ତି। ଲୋକାଲ କଣ୍ଟାରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ହୋଇଥିବାବେଳେ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଅଛନ୍ତି। ଏଥିସହିତ ଏୟାରପୋର୍ଟ କଲୋନୀ, କୋଳଥିଆ PPL କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଆଜି କଟକରୁ ଚିହ୍ନଟ ହୋଇଥିବା ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ କେବଳ କଟକ ସହରରୁ ଚିହ୍ନଟ ହୋଇଛନ୍ତି। ଆଜି କଟକରୁ ୧୨ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like