ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ

ଯାଜପୁର: ମାସ୍କ ପିନ୍ଧି ନଥିବା ୩ ଯୁବକଙ୍କୁ ଧରିବାକୁ ଯାଇ ହଟହଟା ହେଲେ ତହସିଲଦାର ଓ ବିଡିଓ। ଯାଜପୁର କୁଆଖିଆ ଥାନା ଗୋପୀନାଥପୁର ଗାଁରେ ଲକ୍‌ଡାଉନ୍‌ ପାଇଁ ଚେକିଂ ଚାଲିଥିଲା।

ଏଇ ସମୟରେ ୩ ଜଣ ଯୁବକ ମାସ୍କ ନପିନ୍ଧି ଏକ ବାଇକରେ ଯିବାବେଳେ ସେମାନଙ୍କୁ ଅଟକାଇଥିଲେ ତହସିଲଦାର ଏବଂ ବିଡିଓ। ମାସ୍କ ପିନ୍ଧିନଥିବା ନେଇ ତାଗିଦ୍ କରିବା ପରେ ଯୁବକ ଏବଂ ସଂପୃକ୍ତ ଗୋପୀନାଥପୁର ଗାଁର କିଛି ଲୋକେ ଘଟଣାସ୍ଥଳରେ ପାଟିତୁଣ୍ଡ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ।

ଏପରିକି ଖବର ପାଇ ସେଠାକୁ ଯାଇଥିବା ଜିଲ୍ଲାପାଳଙ୍କୁ ବି ଦୁବ୍ୟର୍ବହାର କରିଥିଲେ ଲୋକେ। ଏହାପରେ ଏସପି ସେହି ଗାଁରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପରେ ୩ ଆକ୍ରମଣକାରୀଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ତଦନ୍ତ କରୁଛି ପୋଲିସ।

You might also like