• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ: ଶୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦିଆଯାଉ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚିଠିରେ ସେ ଉଲ୍ଲେଖ କରିଛନ୍ତି, କୋଭିଡ୍ ମହାମାରୀ ସ୍ଥିତି ଜାରି ରହିଥିବା ସତ୍ତ୍ୱେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଶ୍ରୀଜିଉଙ୍କ ସେବାରେ ନିୟୋଜିତ ସେବାୟତ ଏବଂ କର୍ମଚାରୀଙ୍କ ଟିକାକରଣ କାର୍ଯ୍ୟ, ନୀଳାଚଳ ଭକ୍ତ ନିବାସରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ସମୟରେ ସାଧାରଣ ଜନତାଙ୍କ ସଂସ୍ପର୍ଶରେ ଆସୁଛନ୍ତି ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ।

ଏହାସହ ରଥ ନିର୍ମାଣରେ ନିୟୋଜିତ ରଥଖଳା ସେବକଙ୍କ ରହଣୀ ଦାୟିତ୍ୱରେ ମଧ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ସହ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ ଲାଗି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିସହ କୋଭିଡରେ ପ୍ରାଣ ହରାଇଥିବା ୨ ଜଣ ଜେଟିପିଙ୍କୁ ଆର୍ଥିକ ସହାୟତା ଦିଆଯିବାକୁ ଚିଠିରେ ଅନୁରୋଧ କରିଛନ୍ତି ।

ଏବେ ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥଖଳା ବି ସେତିକି ଚଳଚଞ୍ଚଳ ହୋଇ ଉଠୁଛି । ରଥ କାମ ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ତିନି ରଥର ୪୨ଟି ଚକ ଭିତରୁ ୩୮ଟି ଚକର ନିର୍ମାଣ କାମ ସରିଯାଇଛି । ଏହାଛଡ଼ା ତିନି ରଥର ତିନୋଟି ଲେଖାଏଁ ଚାରି ନାହାକା ନିର୍ମାଣ ମଧ୍ୟ ସରିଛି । ଗରଗରାର ଚଉପଟ କାମ ଚାଲୁ ରହିଛି । ସେପଟେ ରୂପକାର ସେବକ ମାନେ କୋଣ ଗୁଜରେ ସିଂହ ବରାଳ ରୂପ ଖୋଦେଇ କାମ ମଧ୍ୟ ଜାରି ରଖିଛନ୍ତି । ଏଭଳି ପରିସ୍ଥିରେ ସେମାନଙ୍କୁ କୋଭିଡ ନିୟମ ମାନି କାମ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅନ୍ୟପଟଟେ ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମି କମି ୬ ହଜାର ତଳେ ପହଞ୍ଚିଛି । ହେଲେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା । ଦିନକୁ  ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି ।

ପଢନ୍ତୁ : ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା: ସମ୍ପନ୍ନ ହେବ ଚକ, ଅଖ ଡ଼େରା ନୀତି

Covid-warrior-status-is-demanded-of-the-staff-of-the-temple-administration
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories