ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର ହେବ କୋଭିଡ ଟେଷ୍ଟ

ପୁରୀ: ଘୋଷଯାତ୍ରାର ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ଏପରିକି ସେମାନଙ୍କର ପରିବାର ସଦସ୍ୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି।

ତା ସହିତ ସେବାୟତଙ୍କୁ ନିୟମିତ ସଚେତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ସ୍ୱାସ୍ଥ୍ୟ ଅଧିକାରୀମାନେ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ। ଏଥିପାଇଁ ପୁରୀ ADMOଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରାଯାଇଛି।

ରଥଖଳା ଓ ଭକ୍ତ ନିବାସରେ ସ୍ୱତନ୍ତ୍ର ହେଲ୍ଥ ଟିମ୍ ରହିବେ ମୋବାଇଲ ଟିମ୍ ମଧ୍ୟ ନିୟୋଜିତ ରହି ଆକ୍ଟିଭ ସର୍ଭେଲାନ୍ସ କରିବେ।

ଆହୁରି ପଢ଼ନ୍ତୁ

You might also like