ରାଜ୍ୟରେ ଅଧିକ ପରିମାଣର କରୋନା ପରୀକ୍ଷା କରାଯିବ: ଅସହଯୋଗ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଅଧିକ ପରିମାଣର କରୋନା ପରୀକ୍ଷା କରାଯିବ। ବିଶେଷ କରି କଣ୍ଟେନ୍‌ମେଣ୍ଟ ଜୋନରେ ଏହି ପରୀକ୍ଷା ବ୍ୟାପକ ଭାବେ କରାଯିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।

ସାମ୍ପଲ ପରୀକ୍ଷା ବେଳେ ୯୦ ପ୍ରତିଶତ ଲୋକ ସହଯୋଗ କରୁଥିବା ବେଳେ ୧୦ ପ୍ରତିଶତ ଲୋକ ସହଯୋଗ କରୁନାହାନ୍ତି।  ତେବେ ସରକାରୀ କର୍ମଚାରୀ ପରୀକ୍ଷା ପାଇଁ କହୁଥିବା ବେଳେ ସହଯୋଗ ନକଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ଆଜି ଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି। ଏନେଇ ସାମ୍ବିଦିକ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱର ବମିଖାଲ ଅଞ୍ଚଳର। ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି।

You might also like