କରୋନା ହଟ‌ସ୍ପଟ୍‌ ଜିଲ୍ଲାରେ ବିରାଟ ଯଜ୍ଞ କଲେ ଜନପ୍ରତିନିଧି

ଛତ୍ରପୁର: କରୋନା କଟକଣା ଭାଙ୍ଗି ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ। ପୋଲସରା ବ୍ଲକ ଜା.ଡେଙ୍ଗାପଦର ପଞ୍ଚାୟତ ନାଏବ ସରପଞ୍ଚ ଗିରଫ ହୋଇଛନ୍ତି। ମର୍ଦ୍ଦରାଜପୁର ଗାଁରେ ୫ ଶହ ଲୋକଙ୍କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ କରାଇଥିଲେ ଏହି ଜନପ୍ରତିନିଧି। ଏହାସହ ଗିରଫ ନାଏବ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନାରେ ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ ସରକାରୀ ନିୟମର ଖୋଲା ଉଲଂଘନ। ସାମାଜିକ ଦୂରତା ନିୟମ ଉଲଂଘନ କରି ଗାଁରେ ଯଜ୍ଞ ଆୟୋଜନ କରିଥିଲେ ନାଏବ ସରପଞ୍ଚ। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମର୍ଦ୍ଦରାଜପୁର ଗାଁର ଯଜ୍ଞରେ ୫ଶହରୁ ଅଧିକ ଲୋକଙ୍କ ସମାଗମ କରି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ନାଏବ ସରପଞ୍ଚ ଏକ ବିରାଟ ଯଜ୍ଞ ଆୟୋଜନ କରିଥିଲେ।

ଏଥିରେ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ଘଣ୍ଟ ମୃଦଙ୍ଗ ବାଜିବା ସହିତ ସହ ବାଣ ଫୁଟିଥିଲା। ଶହ ଶହ ମହିଳା କଳସ ଯାତ୍ରା କରିଥିଲେ। ଏହି ବିରାଟ ଯଜ୍ଞକୁ ମର୍ଦ୍ଦରାଜପୁର ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା ସୋସିଆଲ ମିଡିଆରେ ଏହି ଯଜ୍ଞର ଭିଡିଓ ଭାଇରାଲ ହୋଇଥିଲା।

ପ୍ରକାଶଥାଉକି, କିଛି ଦିନ ତଳେ ଏକ ବିବାହ ଆୟୋଜିତ ସମୟରେ କୋଭିଡ୍ ଆଇନ୍ ଉଲ୍ଲଘଂନ କରିବା ଅଭିଯୋଗରେ ଗୋପାଳପୁରର ହୋଟେଲ ମେଫେୟାରକୁ ୭ ଦିନ ପାଇଁ ସିଲ୍ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏହାସହ ୫ ଜଣଙ୍କୁ ଗିରଫ ମଧ୍ୟ କରିଥିଲା ଗୋପାଳପୁର ପୋଲିସ।

You might also like