ହସ୍ପିଟାଲକୁ କରୋନା ମୁକ୍ତ ପାଇଁ ୩ ସୂତ୍ର

କଟକ: ହସ୍ପିଟାଲ ଗୁଡ଼ିକରେ ବଢୁଥିବା କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି। ଏଯାଏ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ SCBରୁ ଚିହ୍ନଟ ହେଲେଣି ୧୮। ସଂକ୍ରମିତ  ତେବେ କ୍ୟାନସର ହସ୍ପିଟାଲରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ SCBରୁ ଜଣେ ସୁସ୍ଥ ହୋଇଛନ୍ତି।

ହସ୍ପିଟାଲ ଗୁଡ଼ିକୁ କରୋନା ମୁକ୍ତ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ହସ୍ପିଟାଲ ଆସୁଥିବା ସମସ୍ତ ରୋଗୀଙ୍କର ସ୍କ୍ରିନିଂ କରାଯାଉଛି। ପ୍ରତି ବିଭାଗରେ ସ୍କ୍ରିନିଂ ଓ ଆଇସୋଲେସନ୍ ବ୍ୟବସ୍ଥା କରାଯାଇଛି। ଘରୋଇ ହସ୍ପିଟାଲ ଲାଗି କୋଭିଡ୍ ଗାଇଡଲାଇନ୍ ଜାରି ହୋଇଛି।

ଘରୋଇ ହସ୍ପିଟାଲରେ ପ୍ରଥମେ ରୋଗୀଙ୍କର ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଅଛି। କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରାକିଂ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ କଟକ ଜିଲ୍ଲାର ଗ୍ରାମାଞ୍ଚଳ ଓ କଟକ ସହରର କୋଭିଡ୍ ତଥ୍ୟ ଦେଇ ସୁସ୍ଥ ହାର ବଢୁଥିବା କୃଷି ଓ କୃଷକ ସଶକ୍ତୀକରଣ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।

You might also like