ମାନିଲେନି କୋଭିଡ୍‌ ନିୟମ, ସିଲ୍‌ ହେଲା ଦୋକାନ

କେନ୍ଦୁଝର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ଯୋଡା ପୌର ପ୍ରଶାସନ ପକ୍ଷରୁ ୩ଟି ଦୋକାନକୁ ସିଲ୍‌ କରାଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗୋଟିଏ ମୋବାଇଲ ଦୋକାନ, ଗୋଟିଏ ଜଳଖିଆ ଦୋକାନ ଓ ଗୋଟିଏ ସେଲୁନକୁ ଯୋଡା ପୌର ପ୍ରଶାସନ ସିଲ୍‌ କରିଛି। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଯୋଡ଼ା ଅଞ୍ଚଳରେ ବହୁ ସ୍ଥାନରେ ଲୋକମାନେ କୋଭିଡ୍‌ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି।

ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ହ୍ୟାଣ୍ଡ୍‌ ସାନିଟାଇଜ୍‌ ଇତ୍ୟାଦି କରୁନଥିବା ଦେଖିବାକୁ ମିଳିଛି। ରାସ୍ତାଘାଟରେ ଯାତାୟାତ କରୁଥିବା ଲୋକେ, ବିଭିନ୍ନ ହାଟବଜାରର ଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନଙ୍କ ମୁହଁରେ ପ୍ରାୟତଃ ମାସ୍କ ରହୁ ନାହିଁ। ଅନ୍ୟପକ୍ଷେ, ଯୋଡା ପୌର ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ କିଛିଦିନ ତଳେ ଝାରସୁଗୁଡା ସହରରେ ଥିବା ୨ଟି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଥିଲା। ସାମାଜିକ ଦୂରତା ବଜାୟ ନରଖିବା, ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁ ଝାରସୁଗୁଡା ସହରରେ ଥିବା ଦୁଇଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍‌ କରଛି। ସେଥିମଧ୍ୟରୁ ଗୋଟିଏ ଜୋତା ଦୋକାନ ଓ ଅନ୍ୟଟି ଏକ ମୋବାଇଲ ଫୋନ୍ ଦୋକାନ ଥିବା ଜଣାପଡ଼ଛି।

You might also like