• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ମୋ ସରକାରରେ ସାମିଲ୍ ହେବ କୋଭିଡ୍ ପରିଚାଳନା। ଭିଡିଓ କନ୍ଫରେନ୍ସିଂରେ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋଗୀ ଓ କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

ଫିଡ୍‌ବ୍ୟାକ୍ ସଂଗ୍ରହ ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ, ବରିଷ୍ଠ ଅଧିକାରୀଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ ଫିଡବ୍ୟାକ୍ ସଂଗ୍ରହ କରିବେ। ଫିଡ୍‌ବ୍ୟାକ୍ ଦ୍ୱାରା ବ୍ୟବସ୍ଥାରେ ଉନ୍ନତି ଆସିବ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ଯୋଦ୍ଧାଙ୍କୁ ତାଲିମ୍ ଦେବାକୁ ପରାମର୍ଶ ଦେଇଛନ୍ତି। ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି।

ସେହିପରି ଗତକାଲି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବା ଅବସରରେ କରୋନା ବିରୋଧି ଲଢେଇରେ ଜିତିବା ପାଇଁ ଆହ୍ୱାନ ଦେଇଥିଲେ। କୋଭିଡ଼ ଯୁଦ୍ଧ ଜିତିବାକୁ ହେଲେ ତ୍ୟାଗ, ସଂଯମ, ଶୃଙ୍ଖଳା ଲୋଡ଼ା। ଆପଣ ସଂକ୍ରମିତ ହେଲେ, ଆପଣଙ୍କ ପରିବାର ସଂକ୍ରମିତ ହେବେ ବୋଲି ନବୀନ କହିଥିଲେ।

Covid-management-will-be-include-in-mo-sarkar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories