• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ। ଦୁଇ ଡୋଜ୍ ଟିକା ନେଇସାରିବା ପରେ ବି ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ, ଆଉ ଶେଷରେ ଆଖି ବୁଜିଲେ। ଠିକ୍ ସେଭଳି ପୁରୀ ଆଇଡିଏଚ୍ କୋଭିଡ୍ ହସପିଟାଲ୍ ଇନଚାର୍ଜ ଡାକ୍ତର ସୁଶାନ୍ତ ପଣ୍ଡା ମଧ୍ୟ ଉଭୟ ଡୋଜ୍ ଟିକା ନେବା ସତ୍ତ୍ୱେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସୁଶାନ୍ତଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେ ଜାନୁଆରୀ ୨୨ରେ ପ୍ରଥମ ଡୋଜ୍ ଓ ମାର୍ଚ୍ଚ ୨୨ରେ ଦ୍ୱିତୀୟ ଡୋଜ୍ ଟିକା ନେଇଥିଲେ ଗତ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି।

ଏଣେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି କହିଛନ୍ତି- ଦୁଇଟି ଯାକ ଡୋଜ୍ ନେବା ପରେ ବି ଲୋକେ କୋଭିଡ୍‌ରେ ସଂକ୍ରମିତ ହେଉଥିବା ଦେଖାଯାଉଛି। ବିଭିନ୍ନ ଭ୍ୟାକସିନ୍ ୭୦ରୁ ୯୦ ପ୍ରତିଶତ ପ୍ରଭାବୀ ରହୁଛି। ତେଣୁ ଟିକା ନେବା ପରେ ମାସ୍କ ପିନ୍ଧିବା ସହିତ କୋଭିଡ୍‌ର ସବୁ ନିୟମ ମାନିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଡବଲ ଡୋଜ୍ ନେବା ପରେ  ସିଭିୟରିଟି କମ୍ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେପଟେ ଡବଲ ଡୋଜ୍ ନେବା ପରେ ରାଜ୍ୟରେ କେତେ ଲୋକ ସଂକ୍ରମିତ ହୋଇଛନ୍ତି? ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ମୃତ୍ୟୁ ହୋଇଛି? ଏସବୁ ସଂପର୍କରେ ତର୍ଜମା କରିବାକୁ ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ନେତୃତ୍ୱରେ ଗଠନ ହୋଇଛି ଏକ ୮ ଜଣିଆ ବୈଷୟିକ କମିଟି। ଯାହାର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ପ୍ରଥମ ଡୋଜ୍ ନେବାର କେତେଦିନ ଏବଂ ଉଭୟ ଡୋଜ୍ ଟିକା ନେବାର କେତେ ଦିନ ପରେ ଲୋକେ ସଂକ୍ରମିତ ହେଉଛନ୍ତି? ଟିକା ନେବାପରେ ବି କାହିଁକି ଗୁରୁତର ହେଉଛନ୍ତି? ଯଦି ମୃତ୍ୟୁ ହେଉଛି କାହିଁକି ହେଉଛି, ଏ ସବୁ ଉପରେ ବିସ୍ତୃତ ଭାବେ କମିଟି ଅନୁଧ୍ୟାନ କରିବ।

ICMR ତଥ୍ୟ ଅନୁସାରେ, ଟିକାର ପ୍ରଥମ ଡୋଜ୍ ନେବା ପରେ ଦେଶରେ ମାତ୍ର ୦.୦୪ ପ୍ରତିଶତ ଓ ଦ୍ୱିତୀୟ ଡୋଜ୍ ନେବା ପରେ ମାତ୍ର ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି।  ଉଭୟ ଡୋଜ୍ ଟିକା ନେବାପରେ ପ୍ରାୟ ୭୫-୮୦ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡୁନି। କେବଳ ୮ ପ୍ରତିଶତ ଲୋକଙ୍କୁ ଅକ୍ସିଜେନ୍ ଓ ୬ ପ୍ରତିଶତଙ୍କୁ ଆଇସିୟୁ ଦରକାର ହେଉଥିବା ନୀତି ଆୟୋଗ ସଦସ୍ୟ ଭି.କେ. ପଲ୍ କହିଛନ୍ତି।

କରୋନା ବିରୋଧରେ ସଂଜୀବନୀ ସାଜିଛି ଭ୍ୟାକସିନ୍। ଅନେକ ଭ୍ୟାକସିନ୍ ନେବା ପରେ କରୋନା ସଂକ୍ରମିତ ହେଲେ ବି ଗୁରୁତର ହେଉନାହାନ୍ତି। ତେଣୁ ସମସ୍ତେ ଟିକା ନେବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି।

ରିପୋର୍ଟ: ଗୌତମ ପଣ୍ଡା, ପ୍ରଦୀପ ମହାନ୍ତି ଓ ହରିହର ଚାନ୍ଦ
Covid-infection-cases-after-full-vaccination-triggers-concern
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories