• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।

କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି  ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କିମ୍‌ସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସ୍ୱତନ୍ତ୍ର କୋବିଡ୍ ହସ୍ପିଟାଲ ଓଡ଼ିଶା ଖଣି ନିଗମ ସହାୟତାରେ ନିର୍ମିତ ହୋଇଛି। କମ୍ ସମୟ ମଧ୍ୟରେ ହସ୍‌ପିଟାଲ ୨ଟିକୁ ପ୍ରସ୍ତୁତ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍‌ସ ଓ ଅଶ୍ୱିନୀ ହସ୍ପିଟାଲର ପରିଚାଳନା କମିଟିକୁ ଧନ୍ୟବାଦ ଦେଇଛନ୍ତି ।

ଏହାସହ ସ୍ୱତନ୍ତ୍ର ହସ୍ପିଟାଲରେ ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କରୋନା ମୁକାବିଲାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ଦୁଇଟି ହସ୍ପିଟାଲ ପ୍ରସ୍ତୁତ ହୋଇ ଯାଇଥିବାରୁ କରୋନା ଲଢ଼େଇରେ ଓଡ଼ିଶାର ବିଜୟ ହେବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି ।

ସୂଚନାଥାଉ କି, କରୋନା ରୋଗୀଙ୍କୁ ମାଗଣା ଚିକିତ୍ସା ଓ ହସ୍ପିଟାଲରେ ଥିବାବେଳେ ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି ।

Covid-hospital-ready-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories